ବହୁ ଚର୍ଚ୍ଚିତ ବଲିଉଡ଼ ଅଭିନେତା ଅର୍ଜ୍ଜୁନ କପୁର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସେ ନିଜେ ସୋସିଆଲ ମିଡ଼ିଆ ମାଧ୍ୟମରେ ସୂଚନା ଦେଇ କହିଛନ୍ତି: ‘ମୁଁ ସଂପୂର୍ଣ୍ଣ ସୁସ୍ଥ ଅଛି । ମୋ ପାଖରେ କରୋନାର କୈାଣସି ଲକ୍ଷଣ ନାହିଁ । ଡ଼ାକ୍ତରଙ୍କ ପରାମର୍ଶ ଦ୍ୱାରା ମୁଁ ବର୍ତ୍ତମାନ ହୋମ କ୍ୱାରେଣ୍ଟାଇନରେ ରହିଛି ।’ ଅର୍ଜ୍ଜୁନଙ୍କ କରୋନା ଟେଷ୍ଟ ରିପୋର୍ଟ ରବିବାର ସକାଳେ ଆସିଛି । ଏହାସହିତ ତାଙ୍କ ଗର୍ଲଫ୍ରେଣ୍ଡ ମଲାଇକା ଆରୋଡ଼ା ମଧ୍ୟ କରୋନା ଆକ୍ରାନ୍ତ ହେବାର ଖବର ମିଳୁଛି । ମିଳିଥିବା ସୂଚନା ମୁତାବକ, ଅର୍ଜ୍ଜୁନ କପୁର, ରାକୁଲ ପ୍ରୀତି ସିଂହ ଏବେ ନିଖିଳ ଆଡ଼ୱାନି ବେନରରେ ଏକ ଫିଲ୍ମ ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମ ଭାରତ ଓ ପାକିସ୍ଥାନ ଅଲଗା ହେବା ସମୟର ଏକ ଲଭ ଷ୍ଟୋରୀ ଉପରେ ପର୍ଯ୍ୟବେଶିତ ।



Visitors Today : 0
Total Visitors : 130169
Total Views : 9891615
Visitors Online Now : 0