spot_img

ଅଭିନେତା ଆସିଫ ବସରା କଲେ ଆତ୍ମହତ୍ୟା

ମୁମ୍ବାଇ: ବହୁ ଚର୍ଚ୍ଚିତ ବଲିଉଡ ଅଭିନେତା ଆସିଫ ବସରା ଆତ୍ମହତ୍ୟା କରିଛନ୍ତି । ହିମାଚଳର କାଙ୍ଗଡା ଜିଲ୍ଲା ଧର୍ମଶାଳାରେ ମ୍ୟାକ୍ଲେଡଗଞ୍ଜର ଜୋଗିବାଡା ରୋଡ ସ୍ଥିତ ଏକ କାଫେ ନିକଟରେ ଆତ୍ମହତ୍ୟା କରିଛନ୍ତି । ଆସିଫ ଜଣେ ଲୋକପ୍ରିୟ କଳାକାର । ଆସିଫଙ୍କ ପରଜାନିୟା, ବ୍ଲାକ ଫ୍ରାଇଡେ ପ୍ରଭୂତି ଅନେକ ଚର୍ଚ୍ଚିତ ଫିଲ୍ମ ଗୁଡିକରେ ସେ ତାଙ୍କ ନିଖୁଣ ଅଭିନୟ ପାଇଁ ଦର୍ଶକ ଗହଣରେ ଆଦୃତ ହୋଇପାରିଥିଲେ । ସୂଚନା ଅନୁସାରେ, ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି । ଏହା ସହ ମୃତ ଦେହକୁ ଜବତ କରି ବ୍ୟବଛେଦ ପାଇଁ ପଠାଇଛି ।

ତେବେ ଆସିଫଙ୍କ ଆତ୍ମହତ୍ୟାର ମୂଳ କାରଣ ଏବେ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । ଅନ୍ୟପଟେ ଗତ ୫ ବର୍ଷ ହେଲା ମ୍ୟାକ୍ଲେଡଗଞ୍ଜରେ ଏକ ଭଡା ଘରେ ରହୁଥିଲେ ଆସିଫ । ତାଙ୍କ ସହ ତାଙ୍କର ବିଦେଶୀ ମହିଳା ବନ୍ଧୁ ମଧ୍ୟ ରହୁଥିଲେ । ତେବେ ପ୍ରାଥମିକ ତଦନ୍ତରୁ ଆସିଫ ଡିପ୍ରେସନରେ ଥିଲେ ବୋଲି ଜଣାପଡିଛି । ଆସିଫଙ୍କର ଅକାଳ ବିୟୋଗ ଫଳରେ ସାରା ବଲିଉଡ ଜଗତରେ ଶକର ଛାୟା ଖେଳିଯାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular