ମୁମ୍ବାଇ ୧୪/୬ : ବଲିଉଡ଼ର ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା କରିଛନ୍ତି । ୩୪ ବର୍ଷ ବୟସ୍କ ଅଭିନେତା ସୁଶାନ୍ତ ସିଂ ମୁମ୍ବାଇ ସ୍ଥିତ ବାସଭବନରେ ବେକରେ ରସି ଲଗାଇ ଆତ୍ମହତ୍ୟା କରିଛନ୍ତି । ସୁଶାନ୍ତ ଘରେ କାମ କରୁଥିବା ମେଡ଼ ପୋଲିସକୁ ଏବିଷୟରେ ସୂଚନା ଦେଇଛନ୍ତି ।

ସେ ମୁମ୍ବାଇ ସ୍ଥିତ ବାନ୍ଦ୍ରା ବାସଭବନରେ ଆତ୍ମହତ୍ୟା କରିଛନ୍ତି । ଘଟଣା ସ୍ଥଳରେ ପୋଲିସ ପହଚିଂଛି । କିଛି ଦିନ ତଳେ ତାଙ୍କ ମ୍ୟାନଜର ରହିଥିବା ଦିଶା ସାଲିଏନ ମଧ୍ୟ ୧୫ ମହଲାରୁ ଡ଼େଇଁ ଆତ୍ମହତ୍ୟା କରିଥିଲେ ।

ତାଙ୍କ ଦମଦାର ଅଭିନୟ ଯୋଗୁଁ ସେ ବଲିଉଢଡରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଥିଲେ । ଏଭଳି ପରିସ୍ଥିତରେ କେଉଁ କାରଣରୁ ସେ ଏଭଳି ନିଷ୍ପତ ନେଲେ ତାହା ଏବେ ସମସ୍ତଙ୍କ ପାଇଁ ପ୍ରଶ୍ନବାଚୀ ସୃଷ୍ଟି କରିଛି



Visitors Today : 0
Total Visitors : 130166
Total Views : 9891611
Visitors Online Now : 0