ଭଞ୍ଜନଗର: ଭଞ୍ଜନଗର ଥାନା ଅନ୍ତର୍ଗତ ଦଦରଲୁଣ୍ଡା ଗ୍ରାମରେ ବୋମା ମାଡରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହାତ ହୋଇଛନ୍ତି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏଭଳି ଘଟିଥିବା ସୂଚନା ମିଳିଛି । ସୂଚନା ମୁତାବକ, ଗତକାଲି ରାତିରେ ଗାଁ ରେ ଦୁଇ ଗୋଷ୍ଠି ମଧ୍ୟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁକ୍ତି ତର୍କ ହୋଇଥିଲା । ପରେ ରାତି ୯ଟା ସମୟରେ ବୋମା ମାଡ ହୋଇଥିଲା । ଏଥିରେ ଦଦରଲୁଣ୍ଡା ଗ୍ରାମର ଦିଲ୍ଲୀପ ଗୌଡଙ୍କର ପୁଅ କୃଷ୍ଣ ଗୌଡ ଗୁରୁତର ଭାବେ ଆହତ ହୋଇ ଭଞ୍ଜନଗର ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଗତକାଲି ରାତି ପ୍ରାୟ ୧୨ଟା ସମୟରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଏଥିସହ ୩ଜଣ ଯୁବକ ମଧ୍ୟ ଆହାତ ହୋଇଥିବା ସୂଚନା ମିଳିଛି । ଖବର ପାଇ ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0