ରାଜକନିକା: ବିଦ୍ୟୁତ ସର୍ଟ ସର୍କିଟ ଯୋଗୁ ଜଳିଗଲା ଘର । ରାଜକନିକା ଜିଲ୍ଲା ଜାଗୁଳାଇପଡା ଅଞ୍ଚଳରେ ଘଟିଛି ଅଘଟଣ । ପଞ୍ଚାୟତର ବିକ୍ରମ ଦାସଙ୍କ ଘରେ ସଟ୍ ସର୍କିଟ ଯୋଗୁଁ ନିଆଁ ଲାଗି ଯିବାରୁ ବାସଗୃହଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ତେବେ ବିକ୍ରମଙ୍କ ସ୍ତ୍ରୀ ଖାଉଥିବା ସମୟରେ ହଠାତ୍ ସଟ୍ ସର୍କିଟ ହୋଇ ନିଆଁ ଲାଗିଯାଇଥିଲା । ନିଆଁ ଲାଗିବା ଦେଖିବା କ୍ଷଣି ସେ ବାହାରକୁ ଚାଲିଆସିଥିଲେ । ଫଳରେ ଗୋଟିଏ ବଡ ଅଘଟଣ ଟଳି ଯାଇଛି । ସଙ୍ଗେ ସଙ୍ଗେ ବିଦ୍ୟୁତ ବିଭାଗକୁ ଖବର ଦିଆଯିବାରୁ ବିଦ୍ୟୁତ କାଟ୍ କରାଯାଇଥିଲା । ସେପଟେ ଖବର ପାଇ ରାଜନଗର ଦମକଳ ବାହିନୀ ନିଆଁକୁ ଆୟତ କରିଛି । ପାଖାପାଖି ୨ ଘଣ୍ଟା କସରତ ପରେ ନିଆଁ ଲିଭାଇବା ସମ୍ଭବ ହୋଇଛି । ଏହି ଅଗ୍ନିକାଣ୍ଡରେ ବିକ୍ରମଙ୍କ ଘରର ସମସ୍ତ ଆସବାବପତ୍ର ପୋଡି ପାଉଁସ ହୋଇଯାଇଛି । ସ୍ଥାନରେ ଜାଗୁଳାଇପଡା ସରପଞ୍ଚଙ୍କ ପ୍ରତିନିଧି ପହଞ୍ଚି ସମସ୍ତ ସରକାରୀ ସୁବିଧା ଯୋଗାଇ ଦେବାକୁ ପ୍ରତିଶୃତି ଦେଇଛନ୍ତି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0