ମୁମ୍ବାଇ : ବିଶ୍ୱର ସବୁଠାରୁ ଧନୀ ଭାରତୀୟ ମ୍ୟାନେଜରମାନଙ୍କ ମଧ୍ୟରେ ଥମାସ କୁରିଆନ ପ୍ରଥମ ସ୍ଥାନରେ ଅଛନ୍ତି । ଇତିମଧ୍ୟରେ ଗୁଗୁଲ ସିଇଓ ସୁନ୍ଦର ପିଚାଇଙ୍କ ସମ୍ପତ୍ତିର ପରିମାଣ ଗତ ଏକ ବର୍ଷ ମଧ୍ୟରେ ୭୯ ପ୍ରତିଶତ ବୃଦ୍ଧି ପାଇ ୫୯୦୦ କୋଟି ଟଙ୍କାରେ ପହଞ୍ଚିଛି । ଏନେଇ ଆଇଆଇଏଫଏଲ ହୁରୁନ ଧନୀ ତାଲିକାରେ ପ୍ରକାଶ ପାଇଛି। ତେବେ ସବୁଠାରୁ ଧନୀ ଭାରତୀୟ ମ୍ୟାନେଜର ତାଲିକାର ସେ ୫ମ ସ୍ଥାନରେ ରହିଛନ୍ତି କିନ୍ତୁ ସମଗ୍ର ବିଶ୍ୱରେ ସବୁଠାରୁ ଧନୀ ଭାରତୀୟ କର୍ମଚାରୀ ହେଲେ ଗୁଗୁଲ କ୍ଲାଉଡ ଡିଭିଜନର ସିଇଓ ଥମାସ କୁରିଆନ । ସେ ଏହି ଆଇଆଇଏଫଏଲ ହୁରୁନ ଧନୀ ତାଲିକାର ଶୀର୍ଷ ସ୍ଥାନରେ ରହିଛନ୍ତି । ତାଙ୍କର ମୋଟ ସମ୍ପତ୍ତିର ପରିମାଣ ୧୧୩୦୦ କୋଟି ଟଙ୍କା ରହିଛି । ସେହିପରି ଭାବେ ଏହି ତାଲିକାର୨ୟ ସ୍ଥାନରେ ରହିଛନ୍ତି ଆରିଷ୍ଟା ନେଟଓ୍ଵାର୍କ୍ସର ସିଇଓ ସିଇଓ ଜୟଶ୍ରୀ ଉଲ୍ଲାଲ । ତାଙ୍କର ମୋଟ ସମ୍ପତ୍ତିର ପରିମାଣ ୯୧୦୦ କୋଟି ଟଙ୍କା ରହିଛି । ଅନ୍ୟପଟେ ଏହି ତାଲିକାର ୩ୟ ସ୍ଥାନରେ ଅଛନ୍ତି ମାଷ୍ଟରକାର୍ଡର ସିଇଓ ଅଜୟ ପାଲ ସିଂ ବାଙ୍ଗା । ତାଙ୍କର ମୋଟ ସମ୍ପତ୍ତିର ପରିମାଣ ୭୨୦୦ କୋଟି ଟଙ୍କା ରହିଛି । ପ୍ରକାଶ ପାଇଥିବା ଧନୀ ତାଲିକାର ୪ର୍ଥ ସ୍ଥାନରେ ରହିଛନ୍ତି ପାଲୋ ଆଲଟୋ କର୍ପୋରେସନର ସିଇଓ ନିକେଶ ଆରୋରା । ତାଙ୍କର ମୋଟ ସମ୍ପତ୍ତିର ପରିମାଣ ୬୫୦୦ କୋଟି ଟଙ୍କା ରହିଛି ।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0