spot_img

ମୟୂରଭଞ୍ଜ ଜିଲ୍ଲାରୁ ୩.୨୮ କେଜି ବ୍ରାଉନ ସୁଗାର ଜବତ

ଭୁବନେଶ୍ବର: ଆଜି ପ୍ରାୟ ସାଢ଼େ ୩ କୋଟି ଟଙ୍କାର ବ୍ରାଉନ୍ ସୁଗାର ଜବତ ହୋଇଛି। ଏନେଇ ପୁଲିସ ଡିଜି ଅଭୟ ଟୁଇଟ୍ କରି ସୂଚନା ଦେଇଛନ୍ତି। ମୟୂରଭଞ୍ଜ ଜିଲ୍ଲାରୁ ୩.୨୮ କେଜି ବ୍ରାଉନ ସୁଗାର ଜବତ ଓ ଏହି ମାମଲାରେ ଜଣଙ୍କୁ କ୍ରାଇମବ୍ରାଞ୍ଚ ଏସଟିଏଫ୍ ଅଟକ ରଖିଥିବା ଟୁଇଟ୍ କରି ସେ ସୂଚନା ଦେଇଛନ୍ତି। ଆଜି ସକାଳେ ଓଡ଼ିଶା ପୁଲିସର ଏସଟିଏଫ ମୟୂରଭଞ୍ଜର ଏକ ସ୍ଥାନରୁ ପ୍ରାୟ ୩.୨୮ କେଜି କେଜି ବ୍ରାଉନ ସୁଗାର ଜବତ କରିଛି ଏବଂ ଜଣଙ୍କୁ ଗିରଫ କରାଯାଇଛି। ଏହାର ମୂଲ୍ୟ ପ୍ରାୟ ସାଢ଼େ ୩ କୋଟି ଟଙ୍କା ହେବ। ଏହା ଏସଟିଏଫର ଏକ ବଡ଼ ସଫଳତା ବୋଲି କୁହାଯାଉଛି। ଏନେଇ ଅଧିକ ଖୋଳତାଡ଼ ଚାଲିଛି ଏବଂ ଓଡ଼ିଶାରେ ବ୍ରାଉନ ସୁଗାର ଅଭିଯାନ ଜାରି ରହିବ ବୋଲି ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular