spot_img

ଅଭିନେତ୍ରୀ ହିମାଂଶୀ ଖୁରାନା କରୋନା ପଜିଟିଭ ଚିହ୍ନଟ

ନୂଆଦିଲ୍ଲୀ: ପଞ୍ଜାବୀ ଅଭିନେତ୍ରୀ ତଥା ବିଗବସ ସିଜନ ୧୩ର ପ୍ରତିଯୋଗୀ ହିମାଂଶୀ ଖୁରାନା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସେ ନିଜେ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଛନ୍ତି । ସେ ଟ୍ୱିଟ କରି କରୋନା ସଂକ୍ରମିତ ହୋଇଛନ୍ତି ବୋଲି ସୂଚନା ଦେଇଛନ୍ତି । ଗତ ଦୁଇଦିନ ତଳେ ସେ କୃଷି ବିଲକୁ ବିରୋଧ କରି ଚାଷୀ ଆନ୍ଦୋଳନରେ ସାମିଲ ହୋଇଥିଲେ । ସେଠାରୁ ସେ କରୋନା ସଂକ୍ରମିତ ହୋଇଛନ୍ତି ବୋଲି ସୂଚନା ଦେଇଛନ୍ତି । ହିମାଂଶୀ ଖୁରାନା ନିଜର ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପୋଷ୍ଟ କରି କହିଛନ୍ତି, ‘ମୁଁ ନିକଟରେ ମୁମ୍ବାଇରେ କୃଷି ବିଲକୁ ବିରୋଧ କରି ଚାଲୁଥିବା କୃଷି ଆନ୍ଦୋଳନରେ ସାମିଲ ହୋଇଥିଲି । ସେହି ସ୍ଥାନରେ ବହୁତ ଗହଳି ଥିଲା ଏବଂ ସେଠାରେ ମୁଁ ବହୁତ ଲୋକଙ୍କୁ ଭେଟିଥିଲି । ସେଠାରୁ ଫେରିବା ପରେ କରୋନା ଟେଷ୍ଟ କରାଇଥିଲି । ପରେ ରିପୋର୍ଟ ପଜିଟିଭ ଆସିଥିଲା ।’

LEAVE A REPLY

Please enter your comment!
Please enter your name here

- Advertisment -

Most Popular