ବକ୍ସିଂ ବିଶ୍ୱକପ ଫାଇନାଲରେ ସିମରନଜିତ । ବିଶ୍ୱ ଚାମ୍ପିୟନଶିପ୍ ବ୍ରୋଞ୍ଜ ମେଡାଲିଷ୍ଟ ସିମରନଜିତ କୌର ଜର୍ମାନୀର କଲୋନରେ ଚାଲିଥିବା ବକ୍ସିଂ ବିଶ୍ୱକପର ଫାଇନାଲରେ ପ୍ରବେଶ କରିଛନ୍ତି । ସେ ୟୁକ୍ରେନର ମାରିଆନା ବାସନେଟସଙ୍କୁ ୪-୧ରେ ପରାସ୍ତ କରିଛନ୍ତି । ଆଜି ଏହାର ଫାଇନାଲ ଅନୁଷ୍ଠିତ ହେବ । ଏକ ଲଢେଇରେ ୨ ଥର ବିଶ୍ୱ ପଦକ ବିଜେତା ସୋନିଆ ଲାଥର ୟୁକ୍ରେନର ସ୍ନିଝାନା ଖୋଲୋଡକୋଭାଙ୍କୁ ୩-୨ ରେ ହରାଇ ସେମିଫାଇନାଲରେ ପହଞ୍ଚିଛନ୍ତି । ଏସିଆନ ଗେମ୍ସ ବ୍ରୋଞ୍ଜ ବିଜେତା ସତୀଶ କୁମାର ୫-୦ରେ ମାଲଡେଭାର ଜାଭାଟିଂନ ଆଲେକ୍ସେଲଙ୍କୁ ହରାଇ ସେମିଫାଇନାଲରେ ପ୍ରବେଶ କରିଛନ୍ତି । ଫଳରେ ସେ ଅତିକମରେ ଏକ ବ୍ରେଞ୍ଜ ଜିତିବା ନିଶ୍ଚିତ କରିଛନ୍ତି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0