spot_img

୧୧କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବ୍ୟକ୍ତିଙ୍କ ମୃତ୍ୟୁ

ନୟାଗଡ଼: ୧୧କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବ୍ୟକ୍ତିଙ୍କ ମୃତ୍ୟୁ । ଏହି ଦୁଃଖଦ ଘଟଣା ଘଟିଛି ନୟାଗଡ଼ ଫତେଗଡ଼ ଗାଁରେ । ମୃତକ ଜଣକ ହେଲେ ଗ୍ରାମର ମେଘନାଥ ପ୍ରଧାନଙ୍କ ପୁଅ ବିଜୟ ପ୍ରଧାନ । ମଙ୍ଗଳବାର ଭୋରରୁ ଏହି ଅଘଟଣ ଘଟିଥିଲା । ତେବେ ଦୁର୍ଘଟଣା ସ୍ଥାନରେ ବିଦ୍ୟୁତ ତାର ଛିଣ୍ଡି ପଡ଼ିଥିବା ସହ ତାର ଗୁଡ଼ିକ ଗୁଡ଼ାଇ ରଖାଯାଇଥିବା ଦେଖିବାକୁ ମିଳିଛି । ଖବର ପାଇ ଫତେଗଡ଼ ପୋଲିସ ଶବ ଜବତ୍ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular