କଟକ: ଗତ ସପ୍ତାହରେ କଟକର ମାଲଗୋଦାମ ଥାନା ଅଞ୍ଚଳରୁ ନକଲି ମହୁ, ଅଗୁରୁ ଓ ଗଙ୍ଗାଜଳ ଜବତ କରାଯାଇଥିବା ବେଳେ ସୋମବାର କଟକ ଚୌଦ୍ୱାର ଥାନା ଅଞ୍ଚଳରୁ ନକଲି ଘିଅ ଓ ସସ୍ ଜବତ ହୋଇଛି ।

୯ ନମ୍ବର ୱାର୍ଡ ମହିଳା ଉଚ୍ଚ ବିଦ୍ୟାଳୟ ନିକଟରେ ଥିବା ଏକ ନକଲି ଘିଅ ଓ ସସ୍ କଂପାନୀ ଉପରେ ଚୌଦ୍ୱାର ପୋଲିସ ଚଢ଼ାଉ କରି ବିପୁଳ ପରିମାଣର ନାମୀ ଦାମୀ ବ୍ରାଣ୍ଡ ଘିଅ ଓ ସସ୍ ଜବତ କରିଛି । ଏହି କମ୍ପାନୀ ଦୀର୍ଘ ୫ ବର୍ଷ ହେବ ଘିଅ ଓ ସସ୍ ନିର୍ମାଣ କରିଆସୁଥିଲା । ସୂଚନା ପାଇ ପୋଲିସ ଚଢଉ କରି କମ୍ପାନୀ ଭିତରୁ ୧୦୦୦ କେଜିରୁ ଉର୍ଦ୍ଧ୍ୱ ଗୁଆ ଘିଅ, ଚିଲ୍ଲିସସ୍, ଟମାଟୋ ସସ୍ ଆଦି ଜବତ କରିଥିଲା । ପୋଲିସ କମ୍ପାନୀ ମାଲିକଙ୍କୁ ଅଟକ ରଖିଛି । ଆଜିକୁ ଦୀର୍ଘଦିନ ହେବ ଏଠାରେ ନକଲି କଂପାନୀ ଚାଲୁଥିବା କହିଛି କମିଶନରେଟ୍ ପୋଲିସ ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0