spot_img

ପୁରୁଷ ଏସ୍ଆଇଙ୍କ ନାଁରେ ଦୁର୍ଷ୍କମ ଅଭିଯୋଗ ଆଣିଲେ ମହିଳା ଏସ୍ଆଇ..

ପୁଣି ପ୍ରତାରଣାର ଅଭିଯୋଗ..ସିଏ ବି ପୁଣି କୌଣସି ସାଧାରଣ ନାଗରିକ ନୁହେଁ । ଖାକି ଆଣିଛି ଖାକି ବିରୋଧରେ ଅଭିଯୋଗ ଏପରି ଘଟଣା ଦେଖିବାକୁ ମିଳିଛି ଖଲ୍ଲିକୋର୍ଟ ଥାନାରେ ।ବିବାହର ମିଛ ପ୍ରତିଶୃତି ଦେଇ ମହିଳା ଏସ୍ଆଇଙ୍କୁ ଦୁର୍ଷ୍କମ କରାଯାଇଥିବା ଅଭିଯୋଗ ଆଣି ଡିଜିପି କ୍ୟାମ୍ଫ ଅଫିସରେ ଫେରାଦ ଦେଇଛନ୍ତି ମହିଳା ଏସଆଇ । ସିଲୁ ଧଳ ନାମକ ଜଣେ ପୁରୁଷ ଏସଆଇଙ୍କ ନାମରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଜଣେ ମହିଳା ଏସଆଇ.. ଅଭିଯୋଗ ମୁତାବକ ଗତ ୧୯-୦୩-୨୦୧୯ରେ ସିଲୁ ଧଲ ସମ୍ବଳପୁରର ଜମନକିରାରେ ଟ୍ରେଂନି ସମୟରେ ସରକାରୀ ବାସଭବନରେ ବଳ ପୁର୍ବକ ଶାରୀରିକ ସର୍ମ୍ଫକ ରଖିଥିଲେ । କିନ୍ତୁ ସିଲୁ ଧଳ ଏହାକୁ ଚାପି ଦେବାକୁ ଅନୁରୋଧ କରିଥିଲେ । ବିବାହ କରିବାକୁ ମଧ୍ୟ ପ୍ରତିଶୃତି ଦେଇଥିଲେ । କିନ୍ତୁ ପରେ ବିବାହର ନାଁ ନଧରିବାରୁ ମହିଳା ଜଣଙ୍କ ମାନସିକ ଭାରସାମ୍ୟ ହରାଇ ଥିବା ଅଭିଯୋଗ ଆଣିଛନ୍ତି । ଏ ନେଇ ଡିଜିପି କ୍ୟାମ୍ଫ ଅଫିସରେ ଫେରାଦ ଆଣିଛନ୍ତି ।ପୁରୁଷ ଏସଆଇଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular