ବ୍ରହ୍ମଗିରି: ପୁରୀ ଜିଲ୍ଲା ବ୍ରହ୍ମଗିରିରେ ଗୋଟିଏ ପରିବାରର ୮ ଜଣ କରୋନା ପଜିଟିଭ ଚିହ୍ନଟ ପରେ ହସ୍ପିଟାଲ ଯିବାକୁ ଅମଙ୍ଗ ହୋଇଛନ୍ତି ପରିବାର ଲୋକେ । ଏପରିକି କରୋନା ରୋଗୀଙ୍କୁ ଆଣିବାକୁ ଯାଇଥିବା ବେଳେ ପରିବାର ଲୋକେ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବ୍ରହ୍ମପୁର ଥାନା ଅନ୍ତର୍ଗତ କହଳପଦା ଗାଁରେ । ଉକ୍ତ ଗାଁରେ ଗୋଟିଏ ପରିବାରର ୮ ଜଣ କରୋନା ପଜିଟିଭ ନିହ୍ନଟ ହୋଇଥିଲେ । ଏହାପରେ ସେମାନଙ୍କୁ କୋଭିଡ ହସ୍ପିଟାଲକୁ ନେବାକୁ ପ୍ରଥମେ ମେଡିକାଲ ଟିମ୍ ଯାଇଥିଲେ । ହେଲେ ସେମାନେ ମେଡିକାଲ ଟିମ୍ ସହ ଆସି ନଥିଲେ । ତାପରେ ଗାଁର ଅଙ୍ଗନବାଡି ଦିଦି ସହ ଆସାକର୍ମୀ ମାନେ ତାଙ୍କୁ ବୁଝାଇଥିଲେ ମଧ୍ୟ ସେମାନେ ଯିବାକୁ ରାଜି ହୋଇ ନଥିଲେ । ଗତ କାଲି ସଂନ୍ଧ୍ୟାରେ ବ୍ରହ୍ମଗିିରି ଥାନା ପୋଲିସ ସହ ତହସିଲଦାର ନିଜେ ଯାଇଥିଲେ । କିନ୍ତୁ ସେମାନେ ରାଜି ହେବା ପରିବର୍ତ୍ତେ ତହସିଲଦାରଙ୍କୁ ଦୁର୍ବ୍ୟବହାର କରିିଥିଲେ । ଏନେଇ ବ୍ରହ୍ମଗିରି ଥାନା ଆଇଆଇସି ମନୋଜ କୁମାର ଶତପଥୀ କହିଛନ୍ତି ଯେ ପୁଣି ଥରେ ଉକ୍ତ ପରିବାରକୁ କୋଭିଡ ହସ୍ପିଟାଲ ଟିମ୍ ଆଣିବାକୁ ଉଦ୍ୟମ କରୁଛି, ଯଦି ସେମାନେ ନ ଆସନ୍ତି ସୋମନଙ୍କ ବିରୋଧରେ ଏତଲା ଦିଆଯିବ ବୋଲି ସୂଚନା ଦେଇଛନ୍ତି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0