spot_img

ସିଲଭର୍ ସିଟିରେ ଫିକା ପଡିବ ଦଶହରା

କଟକ: ଜାତୀୟ ମାନ୍ୟତା ପାଉଥିବା କଟକ ସହରରେ ବାଲିଯାତ୍ରା ଓ ଦଶହରା ଚଳିତ ବର୍ଷ ଆୟୋଜନ ହେବ ନାହିଁ । ଏଥର ଫିକା ପଡିଲା ସବୁ ପର୍ବ ପର୍ବାଣୀ । ଚଳିତ ବର୍ଷ ଗଣେଷ ପୂଜାକୁ ସମ୍ପୂର୍ଣ୍ଣ ବନ୍ଦ କରି ଦେଇଥିବା ବେଳେ ଘରେ ମୂତ୍ତି ରଖି ପୂଜା କରିବାର ଅନୁମତି ମିଳିଛି । ଗଣେଷ ପୂଜା ପରେ କଟକର ଦଶହରା ଆୟାଜନକୁ ବନ୍ଦ କରିଦିଆଯାଇଛି । କିନ୍ତୁ ଜନ୍ମାଷ୍ଟମୀରୁ ଆରମ୍ଭ ହୋଇଥିବା ମାଟି ଉଠା ପରମ୍ପରାକୁ ପାଳନ କରିବାକୁ କମିସନରେଟ ପୋଲିସ ଅନୁମତି ଦେଇଛି । କିନ୍ତୁ ଗୋଟିଏ ମଣ୍ଡପରୁ ସର୍ବାଧିକ ୪ ଜଣ ମାଟି ଉଠାଣ କରିବାକୁ ଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆଜି ମହାନଗର ଶାନ୍ତି କମିଟି କର୍ମକର୍ତ୍ତାଙ୍କ ସହିତ କମିସନରେଟ୍ ପୋଲିସର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ନିଷ୍ପତି ଅନୁସାରେ ପୂଜା କମିଟି ପକ୍ଷରୁ ଜଣେ ବ୍ରାହ୍ମଣ, ଜଣେ କର୍ତ୍ତା ଓ ଦୁଇ ଜଣ ପୂଜା କମିଟି ସଦସ୍ୟ ଗୋଟିଏ ଅଟୋରେ ନଦୀ ପଠାରୁ ମାଟି ଉଠାଣ କରିବେ । ସେହିପରି ଚଳିତ ବର୍ଷ ନଭେମ୍ବର ୩୦ ତାରିଖରେ ବାଲିଯାତ୍ରା ଆରମ୍ଭ ହୋଇଥାଏ । କିନ୍ତୁ କଟକରେ କରୋନା ସ୍ଥିତି ଯେପରି ରହିଛି ସେଥିପାଇଁ ଚଳିତ ବର୍ଷ କୌଣସି ସାଧାରଣ ସମାବେଶକୁ ଅନୁମତି ଦିଆଯିବ ନାହିଁ । ପରବର୍ତ୍ତି ବୈଠକରେ ଦୁର୍ଗାପୂଜା ଆୟୋଜନ ନେଇ ନିଷ୍ପତ୍ତି ନିଆଯିବ । ତେବେ ଏହି ନିଷ୍ୱତ୍ତି କଡାକଡି ଭାବେ ପାଳନ କରିବାକୁ ପୂଜା କମିଟିଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି ଡିସିପି ପ୍ରତୀକ ସିଂହ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular