ଭୁବନେଶ୍ୱର : ଗଞ୍ଜାମର କରୋନା ସ୍ଥିତିକୁ ନେଇ ଆସିଛି ବଡ଼ ଖବର । ଏକତୃତୀୟାଂଶ ଲୋକଙ୍କ ଠାରେ ସୃଷ୍ଟି ହେଲାଣି କରୋନା ପାଇଁ ରୋଗ ପ୍ରତି ରୋଧକ ଶକ୍ତି । ଏନେଇ ସୂଚନା ଦେଇଛନ୍ତି ଆରଏମଆରସି ନିର୍ଦ୍ଦେଶିକା ଡ଼ାକ୍ତର ସଂଘମିତ୍ରା ପତି । ସେରୋ ସର୍ଭେ ରିପୋର୍ଟରୁ ମିଳିଥିବା ତଥ୍ୟ ଅନୁସାରେ ଗଞ୍ଜାମରେ ଏକତୃତୀୟାଂଶ ଲୋକଙ୍କ ଠାରେ ଆଟିଂବଡ଼ି ସୃଷ୍ଟି ହୋଇଛି ।
ଡା. ପତି ଗଣମାଧ୍ୟମକୁ କହିଛନ୍ତି, କଟକ ଜିଲ୍ଲା ବଡ଼ମ୍ବା ଓ ନରସିଂହପୁରରେ ଏବେ ସିରୋ ସର୍ଭେ ଚାଲିଛି। ସେହିପରି ଆଗାମୀ ଦିନରେ କଟକ ସହର, ଗଜପତି ଓ ରାଉରକେଲାରେ ସିରୋ ସର୍ଭେ କରାଯିବ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0