ଛତ୍ରପୁର: ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ କାର୍ଯ୍ୟାଳୟ ପରିସରରେ ୫ଟି ଭ୍ରାମ୍ୟମାଣ ଚିକିତ୍ସା କେନ୍ଦ୍ର ଭ୍ୟାନର ଶୁଭାରମ୍ଭ କରିଛନ୍ତି । ଟାଟା ଷ୍ଟିଲ ଏସ.ଇ.ଜେଡ୍ ଯୋଜନାରୁ ଏହି ୫ଟି ଭ୍ୟାନ ଜିଲ୍ଲା ପ୍ରଶାସନ ଦ୍ୱାରା ପରିଚାଳନା କରାଯିବ । ଏହି ଭ୍ରମ୍ୟମାଣ ମୋବାଇଲ ସେବାରେ ଡାକ୍ତର, ଫାର୍ମାସିଷ୍ଟ, ସ୍ୱାସ୍ଥ୍ୟକର୍ମୀ ସେବା ଯୋଗାଇବେ । ୫ଟି ଭ୍ରମ୍ୟମାଣ ଚିକିତ୍ସା କେନ୍ଦ୍ର ଭ୍ୟାନଗୁଡିକରେ ଅକ୍ସିଜେନ୍ ସୁବିଧା ରହିଛି । ଏହା ମୋବାଇଲ କ୍ଲିନିକ୍ ଭଳି କାର୍ଯ୍ୟ କରିବା ସହ ସାଧାରଣ ଚିକିତ୍ସା ମଧ୍ୟ ଏହି ଭ୍ୟାନରୁ ମିଳିପାରିବ ବୋଲି ଜିଲ୍ଳାପାଳ ଅବଗତ କରିଥିଲେ । ଛତ୍ରପୁର, ଭଞ୍ଜନଗର, ଓ ବ୍ରହ୍ମପୁର ଉପଖଣ୍ଡକୁ ଗୋଟିଏ ଲେଖାଏଁ ଭ୍ୟାନ ଓ ବ୍ରହ୍ମପୁର ମହାନଗର ଅଞ୍ଚଳବାସୀଙ୍କ ପାଇଁ ଦୁଇଟି ଭ୍ୟାନ ସେବା ଯୋଗାଇଦେବ । ପୂର୍ବରୁ ପଞ୍ଜାୟତ ସ୍ତରରେ ୮୯ଟି , ଅକ୍ସିଜେନ ସୁବିଧା ପାଇଁ ୩୩ଟି ଏବଂ ଶବ ବୋହିନେବା ପାଇଁ ୧୧ଟି ଏହିପରି ୧୩୩ଟି ଆମ୍ବୁଲାନ୍ସ ସେବା ଜିଲ୍ଲାରେ ଯୋଗାଇ ଦିଆଯାଇଛି । ତେବେ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଳୋକସମ୍ପର୍କ ଅଧିକାରୀ , ଟାଟା ଷ୍ଟିଲ ଫାଉଣ୍ଡେସନ୍ର ବରିଷ୍ଠ ପରିଚାଳକ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ମୁଖ୍ୟ ସ୍ୱାସ୍ଥ୍ୟ ପରିଚାଳକ ଉପସ୍ଥିତ ଥିଲେ ।



Visitors Today : 0
Total Visitors : 130169
Total Views : 9891615
Visitors Online Now : 0