ରାଜଧାନୀ ଭୁବନେଶ୍ୱରରୁ ୧୯୬ କି.ମି ଦୂର ବାଲେଶ୍ୱର ଜିଲ୍ଲାର ଏକ ଗ୍ରାମରେ ହଳଦିଆ ରଙ୍ଗର କଇଁଚ ଦେଖିବାକୁ ମିଳିଛି । ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ବିରଳ ପ୍ରଜାତି କଇଁଚର ଭିଡିଓକୁ ଇଣ୍ଡିଆନ ଫରେଷ୍ଟ ଅପିସର ସୁଶାନ୍ତ ନନ୍ଦା ନିଜର ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି ।
A rare yellow turtle was spotted & rescued in Balasore, Odisha yesterday.
Most probably it was an albino. One such aberration was recorded by locals in Sindh few years back. pic.twitter.com/ZHAN8bVccU
— Susanta Nanda IFS (@susantananda3) July 20, 2020
ସୂଚନା ମୁତାବକ ଗତକାଲି ବାଲେଶ୍ୱର ଜିଲ୍ଲାର ସୁଜାନପୁର ଗ୍ରାମରେ ଏହି ବିରଳ ପ୍ରଜାତିର କଇଁଚ ଦେଖିବାକୁ ମିଳିଛି । ଏହି ବିରଳ ପ୍ରଜାତିର ଜୀବକୁ କେହି କେବେ ଦେଖିନଥିବା ବେଳେ ଗତକାଲି ସୁଜାନପୁର ଗ୍ରାମର ସ୍ଥାନୀୟ ବାସିନ୍ଦା ଏହି କଇଁଚଟିକୁ ଦେଖିଛନ୍ତି । ଘଟଣାସ୍ଥଳରେ ସ୍ଥାନୀୟ ଲୋକମାନେ କଇଁଚଟିକୁ ଉଦ୍ଧାର କରି ବନବିଭାଗ କର୍ମଚାରୀଙ୍କୁ ଖବର ଦେଇଥିଲେ । ଖବର ପାଇଁ ବନବିଭାଗ ଟିମ୍ ଉକ୍ତ ସ୍ଥାନରେ ପହଞ୍ଚିବା ପରେ ଗ୍ରାମବାସୀ କଇଁଚଟିକୁ କର୍ମଚାରୀଙ୍କୁ ହସ୍ତାନ୍ତର କରିଛନ୍ତି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0