ଆଜି ବ୍ରିସବେନ୍ ଟେଷ୍ଟର ପ୍ରଥମ ଇନିଂସରେ ୩୬୯ ରନରେ ଅଲଆଉଟ ହୋଇଛି ଅଷ୍ଟ୍ରେଲିଆ । ଦ୍ୱିତୀୟ ଦିନ ଗତକାଲି ସ୍କୋର ୫ ୱିକେଟରେ ୨୭୪ ରନରୁ ଖେଳ ଆରମ୍ଭ କରି ୩୬୯ ରନରେ ଅଷ୍ଟ୍ରେଲିଆ ଅଲଆଉଟ ହୋଇଛି । ଆଜି ଦଳ ୩୦୦ ରନ ପାର କରିବା ତଳକୁ ଖସିଥିଲା ଘରୋଇ ଦଳର ଉଇକେଟ । ଅର୍ଦ୍ଧଶତକ ପୂରଣ କରି କ୍ୟାପଟେନ ଟିମ ପାଇନେ ପ୍ୟାଭିଲିୟନ ଫେରିବା ପରେ ପରେ କ୍ରମାଗତ ୪ ଟି ୱିକେଟ ପତନ ହୋଇଛି । ବ୍ରିସବେନ ଟେଷ୍ଟରେ ଡେବ୍ୟୁ ମ୍ୟାଚରେ ଟି ନଟରାଜନଙ୍କୁ ମିଳିଛି ୩ଟି ୱିକେଟ । ସେହିପରି ଶାର୍ଧୁଳ ଠାକୁର ଏବଂ ୱାଶିଂଟନ ସୁନ୍ଦର ୩ଟି ଲେଖାଏଁ ୱିକେଟ ଦଖଲ କରିଛନ୍ତି । ପଦାର୍ପଣ ଟେଷ୍ଟରେ ସ୍ମିଥଙ୍କୁ ଆଉଟ କରି ୱାଶିଂଟନ ସୁନ୍ଦର ତାଙ୍କର ପ୍ରଥମ ଟେଷ୍ଟ ୱିକେଟ ହାସଲ କରିଛନ୍ତି । ସେହିପରି ଯୁବ ପେସ ବୋଲର ଟି ନଟରାଜନ ମାଥ୍ୟୁ ୱାଦେଙ୍କୁ ଆଉଟ କରି ପ୍ରଥମ ଟେଷ୍ଟ ୱିକେଟ ପାଇଛନ୍ତି ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0