spot_img

କୋଭାକ୍ସିନ୍ ଟିକାକରଣରେ ପାର୍ଶ୍ବ ପ୍ରତିକ୍ରିୟା ଦେଖାଦେଲେ ଉକ୍ତ ବ୍ୟକ୍ତିଙ୍କୁ ମିଳିବ କ୍ଷତିପୂରଣ

କରୋନା ଟିକା କୋଭାକ୍ସିନକୁ ନେଇ ଆସିଛି ବଡ ଖବର । ଭାରତୀୟ ଟିକା ନିର୍ମାଣକାରୀ କମ୍ପାନୀ ଭାରତ ବାୟୋଟେକ ଏହି କୋଭାକ୍ସିନ ଟିକାକୁ ପ୍ରସ୍ତୁତ କରିଛି । ଦେଶର କିଛି ସ୍ଥାନରେ ଏହି ଟିକା ଦିଆଯାଉଛି । ତେବେ ଭାରତୀୟ ଟିକା କୋଭାକ୍ସିନ ଦେବା ପରେ କୌଣସି ବଡ ଧରଣର ପାର୍ଶ୍ବ ପ୍ରତିକ୍ରିୟା ଦେଖାଦେଲେ , ଏଥିପାଇଁ ଭାରତ ବାୟୋଟେକ ଦେବ କ୍ଷତିପୂରଣ । ଏ ସମ୍ପର୍କରେ ଭାରତ ବାୟୋଟେକ ସହିତ କେନ୍ଦ୍ର ସରକାର ଚୁକ୍ତି କରିଛନ୍ତି । ସେପଟେ ଆଜି ଦିନ ସାଢେ ୧୦ଟାରେ ଏହାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏପଟେ ଟିକାକରଣ ପାଇଁ ରାଜ୍ୟ ମଧ୍ୟ ପ୍ରସ୍ତୁତ ହୋଇ ରହିଛି । ମୋଟ୍ ୧୬୧ଟି କେନ୍ଦ୍ରରେ ଏକ ଲକ୍ଷ ୯୨ ହଜାର ୫୫୫ ଜଣଙ୍କୁ ଟିକାକରଣ ପାଇଁ ଚିହ୍ନଟ କରାଯାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular