ନୟାଗଡ: ସମ୍ପତ୍ତି ପାଇଁ ବଡ ଭାଇକୁ ହାଣି ହତ୍ୟା କଲା ସାନ ଭାଇ । ଏଭଳି ଅଭାବନୀୟ ଘଟଣା ଘଟିଛି ନୟାଗଡ଼ା ଜିଲ୍ଲା ରଣପୁର ଥାନା ଅନ୍ତର୍ଗତ କାସନ୍ଧା ପଞ୍ଚାୟତର ଗଉଡିଆପଡ଼ା ଗାଁରେ । ମୃତ ବ୍ୟକ୍ତିଜଣଙ୍କ ହେଲେ ଅଶୋକ ପରିଡ଼ା । ପୁଲିସ ଏହି ଘଟଣାରେ ସାନ ଭାଇ ପ୍ରକାଶ ପରିଡ଼ାଙ୍କୁ ଗିରଫ କରିଛି । ବୁଦ୍ଧ ମା’ଙ୍କୁ ଗୁରୁତର ଅବସ୍ଥାରେ ରଣପୁର ଗୋଷ୍ଟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛି ।
ଅଭିଯୋଗ ଅନୁସାରେ, ଅଶୋକ ଓ ପ୍ରକାଶଙ୍କ ମଧ୍ୟରେ ସମ୍ପତ୍ତି ପାଇଁ ସର୍ବଦା କଳହ ଲାଗି ରୁହେ । ଗତକାଲି ଦିନ ପ୍ରାୟ ୧୦ଟା ସମୟରେ ଉଭୟଙ୍କ ମଧ୍ୟରେ ସମ୍ପତ୍ତି ପାଇଁ ବଚସା ହୋଇଥିଲା ।
ଏଥିରେ ପ୍ରକାଶ ରାଗି ଯାଇ ବଡ଼ ଭାଇକୁ ହାଣି ହତ୍ୟା କରିବା ସହ ବୁଦ୍ଧ ମାଙ୍କୁ ମଧ୍ୟ ଆକ୍ରମଣ କରିଥିଲା । ହେଲେ ଗାଁର କଙ୍ଗାରୁକୋର୍ଟ କାରଣରୁ ଖବର ଗାଁ ବାହାରକୁ ଯାଇ ନ ଥିଲା । ତେବେ ଅଶୋକଙ୍କ ସ୍ତ୍ରୀ ଫାଣ୍ଡିରେ ରାତିରେ ଅଭିଯୋଗ କରିବା ପରେ ପୁଲିସ ଗାଁରେ ପହଞ୍ଚି ସଙ୍କଟାପନ୍ନ ଅବସ୍ଥାରେ ବୃଦ୍ଧାଙ୍କୁ ଉଦ୍ଧାର କରି ରଣପୁର ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିବା ପରେ ପୁଲିସ ଗାଁରେ ପହଞ୍ଚି ସଙ୍କଟାପନ୍ନ ଅବସ୍ଥାରେ ବୃଦ୍ଧଙ୍କୁ ଉଦ୍ଧାର କରି ରଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିବା ସହ ମୃତଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲା ।



Visitors Today : 3
Total Visitors : 130429
Total Views : 9891960
Visitors Online Now : 0