କେନ୍ଦ୍ରାପଡା: ଭାଇ ଟଙ୍କା ପାଇଁ ଜାଳିଦେଲା ଭାଇକୁ…ଏଭଳି ଅଭାବନୀୟ ଘଟଣା ଘଟିଛି ରାଜକନିକା ବ୍ଲକ କାଟଣାବଣିଆ ପଞ୍ଚାୟତ ଝାଡ଼ମାଳ ଗାଁରେ। ବଡ଼ଭାଇ ବିଚିତ୍ର ପ୍ରଧାନ ଘର କରିବା ବେଳେ ସାନଭାଇ ପ୍ରବିତ୍ର ପ୍ରଧାନ ଠାରୁ କିଛି ଟଙ୍କା ଧାର ନେଇଥିଲେ। ଯାହା ଆର୍ଥିକ ପରିସ୍ଥିତି ଖରାପ ଯୋଗୁ ସୁଝି ପାରୁନଥିଲେ। ଯାହାକୁ ନେଇ ସାନଭାଇ କୁ ଆସନ୍ତା ହୋଲି ବେଳକୁ ସୁଝିଦେବାକୁ ବଡ଼ଭାଇ ବିଚିତ୍ର କହିଥିଲେ। କିନ୍ତୁ ଆଜି ଦିନ ୨ . ୩୦ ମିନିଟ ସମୟରେ ଘରେ କେହି ନଥିବା ବେଳେ ସାନଭାଇ ପେଟ୍ରୋଲ ପକାଇ ବଡ଼ଭାଇକୁ ପୋଡି ମାରିଦେବାକୁ ଉଦ୍ୟମ କରିଥିଲେ।କିନ୍ତୁ ସ୍ଥାନୀୟ ଲୋକେ ବଡ଼ଭାଇ ବିଚିତ୍ରଙ୍କୁ ଅର୍ଦ୍ଧଦଗ୍ଧ ଅବସ୍ତାରେ ଉଧାର କରି ୧୦୮ ଆମ୍ଭୁଲାନ୍ସରେ ରାଜକନିକା ଓ ପରେ କଟକ ପଠାଇ ଥିବା ଜଣାପଡିଛି। ଏ ଏନେଇ ରାଜକନିକା ପୋଲିସ ସାନଭାଇ ପଵିତ୍ରଙ୍କୁ ଅଟକ ରଖିଥିବା ଜଣାପଡିଛି।



Visitors Today : 0
Total Visitors : 130430
Total Views : 9891961
Visitors Online Now : 0