ପୁଣି ଥରେ ପ୍ରଚାର ମଇଦାନକୁ ଫେରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ରବିବାର ପଶ୍ଚିମବଙ୍ଗର ଦକ୍ଷିଣ କୋଲକାତାରେ ହ୍ବିଲ ଚେୟାରରେ ବସି ରୋଡ ସୋ କରିଛନ୍ତି ଦିଦି। ମମତା ଆହତ ହେବା ପରେ ପରେ ଏହି ସମୟକୁ ଅପେକ୍ଷା କରି ରହିଥିଲେ ଟିଏମସି କର୍ମୀ। କୋଲକାତାରେ ପ୍ରାୟ ୫ କିଲୋମିଟର ବାଟ ରାଲି କରିଛନ୍ତି ମମତା ଆଉ ତାଙ୍କ ସାଥୀରେ ରହିଛନ୍ତି ଶହଶହ ଟିଏମସି କର୍ମୀ।ରୋଡ ସୋରେ ପୁଣି ଥରେ ବିଜେପିକୁ ଟାର୍ଗେଟ୍ କରିଛନ୍ତି। ସେପଟେ ଟିଏମ୍ସିକୁ ଆଉ ଝଟ୍କା ଲାଗିବାକୁ ଯାଉଛି। ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ପିତା ତଥା ଟିଏମ୍ସି ସାଂସଦ ଶିଶିର ଅଧିକାରୀ ଦଳ ଛାଡି ବିଜେପିରେ ସାମିଲ ହେବା ନେଇ ସୂଚନା ମିଳିଛି। ବିଜେପି ମଧ୍ୟ ଡୋର ଟୁ ଡୋର ପ୍ରଚାର ଜୋରଦାର କରିଛି। ବିଜେପି ହେଭିଓ୍ବେଟ୍ ତଥା କେନ୍ଦ୍ର ମନ୍ତ୍ରୀ ଅମିତ ଶାହାଙ୍କ ୨ ଦିନିଆ ପଶ୍ଚିମବଙ୍ଗ ଗସ୍ତ ଥିବାରୁ ବେଙ୍ଗଲ ରାଜନୀତି ଆହୁରି ସରଗରମ ହେବାକୁ ଯାଉଛି।



Visitors Today : 0
Total Visitors : 130430
Total Views : 9891961
Visitors Online Now : 0