spot_img

କଟକ ମର୍କତନଗର ଅଞ୍ଚଳରୁ ବ୍ରାଉନ ସୁଗାର ଜବତ

କଟକ: ମର୍କତନଗର ଥାନା ଅଞ୍ଚଳରୁ ବ୍ରାଉନ ସୁଗାର ବିକ୍ରି ମାମଲା ସାମ୍ନାକୁ ଆସିଛି। ପ୍ରାୟ ୨୩୩ ଗ୍ରାମର ବ୍ରାଉନ ସୁଗାର ଜବତ କରିଛି ପୁଲିସ୍, ଯାହାର ମୂଲ୍ୟ ୨୫ଲକ୍ଷ ଟଙ୍କା ବୋଲି ଅନୁମାନ କରାଯାଉଛି। ଏହି ମାମଲାରେ ପୁଲିସ ୬ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନଙ୍କ ମଧ୍ୟରେ ୩ଜଣ ବେପାରୀ ରହିଥିବା ବେଳେ ୨ଜଣ ମେଡିସିନ୍ ଦୋକାନୀ ଓ ଜଣେ ଯୁବକ ସମ୍ପୃକ୍ତ ସାମିଲ ଅଛନ୍ତି। ଉକ୍ତ ବ୍ୟକ୍ତିମାନେ ନିଶା ମେଡିସିନ୍ ସହ ଏହି ବ୍ରାଉନ୍ ସୁଗାର୍ ବିକ୍ରି କରୁଥିଲେ। ଦୁଇଜଣ ମେଡିସିନ୍ ଦୋକାନୀ ସମ୍ପୃକ୍ତ ରହିଥିବାରୁ ଏବେ ପୁଲିସର ନଜର ଅନ୍ୟ ମେଡିସିନ୍ ଦୋକାନୀମାନଙ୍କ ଉପରେ ରହିଛି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular