spot_img

ଆଜି ବସିବ ବିସିସିଆଇର ୮୯ ତମ ବାର୍ଷିକ ସାଧାରଣ ବୈଠକ

ଆଜି ଆରମ୍ଭ ହେବାକୁ ଯାଉଛି ଭାରତୀୟ କ୍ରିକେଟ କଣ୍ଟୋ୍ରଲ ବୋର୍ଡ ର ୮୯ ତମ ବାର୍ଷିକ ସାଧାରଣ ବୈଠକ । ଏହି ହାଇପ୍ରୋଫାଇଲ ବୈଠକରେ ଇଣ୍ଡିଆନ ପ୍ରିମିୟର ଲିଗ୍ ରେ ୨ଟି ନୂଆ ଦଳ ସାମିଲ କରାଯିବା ନେଇ ବିଶେଷ ଭାବେ ଆଲେଚନା ହେବ । ଏହା ବ୍ୟତୀତ ଭାରତରେ ଆୟୋଜନ ହେବାକୁ ଥିବା ଗ୍ଲୋବାଲ ଇଭେଣ୍ଟଗୁଡିକରେ ଟ୍ୟାକ୍ସ ଛାଡ କରିବା ନେଇ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ ଦାବି କରିଆସୁଛି । ଏହି ଟ୍ୟାକ୍ସ ମାମଲା ଓ ବିଭିନ୍ନ କ୍ରିକେଟ କମିଟି ଗଠନ ନେଇ ମଧ୍ୟ ବୈଠକରେ ସବିଶେଷ ଆଲୋଚନା କରାଯିବ । ରାଜୀବ ଶୁକ୍ଳା ବିସିସିଆଇର ନୂଆ ଉପସଭାପତି ଭାବେ ଦାୟିତ୍ୱ ଗ୍ରହଣ କରିବେ । ସେହିପରି ବି୍ରଜେଶ ପଟେଲ ଆଇପିଏଲ ଗଭର୍ନିଂ କାଉନସିଲର ମୁଖ୍ୟ ଭାବେ ପୂର୍ବପରି ଦାୟିତ୍ୱ ସମ୍ଭାଳିବେ । ତେବେ ଆଇପିଏଲରେ ୨ ନୂଆ ଦଳ ସାମିଲ କରାଯିବାକୁ ନେଇ ମୁଖ୍ୟତଃ ଏହି ବୈଠକରେ ଆଲୋଚନା କରାଯିବ । ସେହିପରି ଆସନ୍ତା ଅକ୍ଟୋବର-ନଭେମ୍ବରରେ ଆୟୋଜନ ହେବାକୁ ଥିବା ବିଶ୍ୱକପ ଟି-୨୦ ନେଇ ଟ୍ୟାକ୍ସ ଛାଡ କରିବାକୁ ଆଇସିସି ତାର ଦାବି ଦୋହରାଇଛି ଓ ଡେଡ୍ଲାଇନ ଜାରି କରିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular