ଏସିଏଫ ସୌମ୍ୟରଞ୍ଜନଙ୍କ ମୃତ୍ୟୁକୁ ୨ ମାସରୁ ଅଧିକ ସମୟ ବିତିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା କ୍ରାଇମବ୍ରାଞ୍ଚ ସଫଳତା ପାଇନାହିଁ । ସୌମ୍ୟରଂଜନଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ୪ ଘଣ୍ଟା ଚାଲିଲା ଲାଏ ଡିଟେକ୍ସନ ଟେଷ୍ଟ | ଘଟଣା ଦିନ କଣ ଘଟିଥିଲା ସେ ନେଇ ୧୬୧ରେ ରେକର୍ଡ ହୋଇଥିବା ତାଙ୍କ ବୟାନ ସତ ନା ମିଛ ଜାଣିବାକୁ ପ୍ରୟାସ ଚଳାଇଛି କ୍ରାଇମବ୍ରାଞ୍ଚ । ଏହି ଲାଏ ଡିଟେକ୍ସନ ଟେଷ୍ଟ ସମୟରେ ବିଦ୍ୟାଭାରତୀ କାନ୍ଦିପକାଇଥିବା ସୂଚନା ମିଳିଛି । ପ୍ରାୟ ୪ ଘଣ୍ଟା ଧରି ବିଦ୍ୟାଭାରତୀଙ୍କୁ ଲାଏ ଡିଟେକ୍ସନ ଟେଷ୍ଟ ହୋଇଥିଲା । ସେହିପରି ପାରଳାଖେମୁଣ୍ଡି ଏସିଏଫଙ୍କ ମୃତ୍ୟୁ ମାମଲାରେ ପୂର୍ବରୁ ଡିଏଫଓ ଓ ରୋଷେୟାଙ୍କ ଲାଇ ଡିଟେକସନ ଟେଷ୍ଟ ହୋଇସାରିଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0