ଶ୍ରୀନଗର: ଜମ୍ମୁର ଆର୍ନିଆ ସେକ୍ଟରର ପିଣ୍ଡି ଅଞ୍ଚଳରେ ଏକ ଗୁପ୍ତ ସୁଡଙ୍ଗ ଠାବ ହୋଇଛି । ଜମ୍ମୁ-କାଶ୍ମୀରର ଭାରତ ପାକିସ୍ତାନ ନିୟନ୍ତ୍ରଣ ରେଖାରେ ଲଗାତାର ଉତ୍ତେଜନା ଲାଗିରହିଛି । ବିଏସଏଫ୍ ପକ୍ଷରୁ ସର୍ଚ୍ଚ ଅପରେଶନ ସମୟରେ ଏହି ସୁଡଙ୍ଗ ଠାବ କରାଯାଇଛି । ଏହି ସୁଡଙ୍ଗ ଦେଇ ଭାରତରେ ଆତଙ୍କବାଦୀଙ୍କ ଅନୁପ୍ରବେଶ କରାଯାଉଥିବା ଅନୁମାନ କରାଯାଉଛି । ସୁଡଙ୍ଗ ଖୋଳିବାରେ ପାକିସ୍ତାନୀ ସୈନ୍ୟ ବାହିନୀର ସହାୟତା ନିଆ ଯାଇଥିବା କୁହାଯାଉଛି । ଜିରୋ ଲାଇନ ନିକଟରେ ମାଟି ଧସିଥିବାର ଖବର ମିଳିଥିଲା । ଏହାପରେ ଏଠାରେ ବିଏସଏଫ୍ ତରଫରୁ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଥିଲା । ସୁଡଙ୍ଗର ଅନ୍ୟ ଦ୍ୱାରା ଭାରତ ସୀମାରେ ଖୋଲି ନଥିବା ବିଏସଏଫ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଗୁପ୍ତ ଭାବେ ଏହାର କାମ ଜାରି ରହିଥିବା ଅନୁମାନ କରାଯାଉଛି । ପୂର୍ବରୁ ଅଗଷ୍ଟରେ ସିମ୍ବା ସେକ୍ଟରରେ ଏକ ୨୦ ମିଟର ଲମ୍ବ ସୁଡଙ୍ଗ ବିଏସଏଫ୍ ପକ୍ଷରୁ ଠାବ କରାଯାଇଥିଲା ।



Visitors Today : 3
Total Visitors : 130184
Total Views : 9891636
Visitors Online Now : 0