ଭୁବନେଶ୍ୱର : କରୋନାର ଦ୍ୱିତୀୟ ୱେଭ ନେଇ ଅନେକଙ୍କ ମଧ୍ୟରେ ଆଶଙ୍କା ବଢିଛି। ଏପରି କ୍ଷେତ୍ରରେ କାହିଁକି ଡିସେମ୍ବର ଦ୍ୱିତୀୟ ସପ୍ତାହ ଗୁରୁତ୍ୱପୂର୍ଣ୍ଣ? ଏନେଇ ମତ ରଖିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ନିରୋଜ ମିଶ୍ର।
ଶୀତ ଦିନେ ପ୍ରଦୂଷଣ ମାତ୍ରା ଅଧିକ ରୁହେ। ଏହି ଦିନରେ ଭାଇରାଲ ଇନ୍ଫେକ୍ସନ ଅଧିକ ହୁଏ। ତେଣୁ ସଂକ୍ରମଣ ବଢିବା ଆଶଙ୍କା ରହିଛି। ସେକେଣ୍ଡ ୱେଭରେ ଆସୁଥିବା ଭାଇରସ୍ର ନୂଆ ଷ୍ଟ୍ରେନ୍ ସାମ୍ନାକୁ ଆସିଛି। ଯାହା ପୂର୍ବ ଅପେକ୍ଷା ଅଧିକ କ୍ଷତି କାରକ। ଆମ ଦେଶରେ ଏପର୍ଯ୍ୟନ୍ତ ନୂଆ ଷ୍ଟ୍ରେନର କୌଣସି ରିପୋର୍ଟ ଆସିନାହିଁ। କିନ୍ତୁ ଆମକୁ ଟିକିଏ ଅଧିକ ସତର୍କ ରହିବାକୁ ପଡ଼ିବ ବୋଲି କହିଛନ୍ତି ନିରୋଜ ମିଶ୍ର।
ସେହିପରି ଧୀରେ ଧୀରେ ଅନ୍ଲକ ବ୍ୟବସ୍ଥା ହେଉଥିବାରୁ ଲୋକେ ଏକାଠି ହେଉଛନ୍ତି। ଶୀତଦିନେ ୟୁରୋପ ଓ ଆମେରିକାରେ ବି ସଂକ୍ରମଣ ବଢୁଛି ତେଣୁ ଏଭଳି ଆଶଙ୍କା କରାଯାଉଛି। ତେବେ କରୋନା ପରେ କଣ କରିବା ଦରକାର? ସ୍ଥିତିକୁ ଦେଖି ଅନେକ ସ୍ଥାନରେ ପୋଷ୍ଟ କୋଭିଡ ହସ୍ପିଟାଲ ଖୋଲାଯାଇଛି। ଆମ ରାଜ୍ୟରେ ମଧ୍ୟ ପୋଷ୍ଟ କୋଭିଡ ହସ୍ପିଟାଲ ଖୋଲାଯିବା ଦରକାର ବୋଲି ଡକ୍ଟର ମିଶ୍ର କହିଛନ୍ତି।



Visitors Today : 3
Total Visitors : 130426
Total Views : 9891957
Visitors Online Now : 0