ପୁରୀ: ଶ୍ରୀମନ୍ଦିର ଅର୍ଥ କମିଟି ବୈଠକ ଶେଷ। ବୈଠକରେ ୨୦୨ କୋଟି ଟଙ୍କାର ବଜେଟ ପ୍ରସ୍ତୁତ ହୋଇଛି। ଉକ୍ତ ବଜେଟକୁ ଆଗାମୀ ଦିନରେ ହେବାକୁ ଥିବା ପରିଚାଳନା କମିଟିରେ ଅନୁମୋଦିତ କରାଯିବ। ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସୂଚନା ଦେଇଛନ୍ତି।ଶ୍ରୀମନ୍ଦିର ପାଇଁ ୨୦୨ କୋଟି ଟଙ୍କାର ବଜେଟ ପ୍ରସ୍ତୁତ କଲା ଶ୍ରୀମନ୍ଦିର ଅର୍ଥ ସବ କମିଟି। ଆଗାମୀ ପରିଚାଳନା କମିଟିରେ ଏହା ଅନୁମୋଦିତ ହେବ। ରଥ ପାଇଁ ୧୧ କୋଟି ବ୍ୟୟ ବରାଦ ହୋଇଥିବା ବେଳେ ସେବାୟତ ଚିକିତ୍ସାଙ୍କ ସୁରକ୍ଷା ପାଇଁ୫୦ ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଛି। ସେବାୟତଙ୍କ ସହାୟତା ପାଇଁ ବ୍ୟୟବରାଦ ହୋଇଛି ୫ କୋଟି। ଏଥି ସହିତ ଗୁରୁକୁଳ ସ୍କୁଲ ପ୍ରତିଷ୍ଠା ପାଇଁ ସ୍ୱତନ୍ତ୍ର ବ୍ୟୟ ବରାଦ କରାଯାଇଛି।
ତେବେ ୨ଟି ଧର୍ମଶାଳା କାମ ପ୍ରାୟ ଶେଷ ହୋଇଥିବା ବେଳେ ଆଉ ଗୋଟିଏ ନୂଆ ଭକ୍ତ ନିବାସ ପ୍ରତିଷ୍ଠା କରାଯିବ। ଅନ୍ୟ ଏକ ନୂଆ ଭକ୍ତ ନିବାସ ଉଦ୍ଦେଶ୍ୟରେ ସ୍ଥାନ ନିରୂପଣ ସନ୍ଧାନ କରାଯାଉଛି। ଖଣି ଖାଦାନ ରୁ ୧୦ କୋଟିରୁ ଅଧିକ ରାଜସ୍ବ ସଂଗ୍ରହ କରାଯିବ ପାଇଁ ଲକ୍ଷ୍ୟ ରଖାଯାଇଛି। ଭକ୍ତଙ୍କ ଦାନ ଅର୍ଥ ବଢାଇବା ପାଇଁଁ ବ୍ୟବସ୍ଥା ହୋଇଛି।ସେହିପରି ୨୦୨୩ର ରଥଯାତ୍ରା ପୂର୍ବରୁ ସ୍ଥାୟୀ ଜମା ୧ ହଜାର କୋଟି କରିବା ପାଇଁ ଉଦ୍ୟମ କରାଯିବ। ବଡଦାଣ୍ଡ ଓ ଶ୍ରୀମନ୍ଦିର ଭିତରେ ସୁରକ୍ଷା ପାଇଁ କଡା ପଦକ୍ଷେପ ନିଆଯିବ। ଏନଏସଜିକୁ ସୁରକ୍ଷା ବ୍ୟବସ୍ଥା ନେଇ ମନ୍ଦିର ପ୍ରଶାସନ ପକ୍ଷରୁ ତିନିଟି ପ୍ରସ୍ତାବ ଉପରେ ଅବଗତ କରାଯିବ। ଅର୍ଥ ସବ କମିଟି ବୈଠକ ପରେ ଏହି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୂଖ୍ୟ ପ୍ରଶାସକ କ୍ରିଷନ କୁମାର।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0