spot_img

ଅପ୍ରେଲ ମାସରେ ରବିବାରରେ ସ୍କୁଲରେ ହେବନି ପାଠପଢା

ଭୁବନେଶ୍ବର: ଆସନ୍ତା ଅପ୍ରେଲ ମାସରେ ରବିବାର ଦିନ ସ୍କୁଲରେ ବନ୍ଦ ରହିବ ପାଠପଢା। ଏ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ପୂର୍ବରୁ ରବିବାର ସ୍କୁଲରେ କ୍ଲାସ୍ କରାଯିବା ନେଇ କୁହାଯାଇଥିଲା। କରୋନା ମହାମାରୀ ଯୋଗୁଁ ଦୀର୍ଘ ଦିନ ସ୍କୁଲ ବନ୍ଦ ରହିବା ଯୋଗୁଁ ଛାତ୍ରଛାତ୍ରୀଙ୍କ ପାଠପଢାରେ ବ୍ୟାଘାତ ସୃଷ୍ଟି ହୋଇଥିଲା। ଯାହା ଫଳରେ ରବିବାର ସ୍କୁଲରେ କ୍ଲାସ୍ ହେବା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା। ଏହାପରେ ରବିବାର ସ୍କୁଲଗୁଡିକରେ କ୍ଲାସ୍ କରାଯାଉଥିଲା। ଅନ୍ୟପଟେ ଦଶମ ଶ୍ରେଣୀ ପରୀକ୍ଷା ପାଖେଇ ଆସୁଥିବାରୁ ଅପ୍ରେଲ ମାସରୁ ହିଁ ରିମେଡିଆଲ କ୍ଲାସ୍ ଆରମ୍ଭ ହେବ ବୋଲି ମନ୍ତ୍ରୀ କହିଛନ୍ତି। ବର୍ତ୍ତମାନ ସ୍କୁଲରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଉପସ୍ଥାନ କମୁଛି। ପରୀକ୍ଷା ପ୍ରସ୍ତୁତି ପାଇଁ କମ୍ ପିଲା ସ୍କୁଲ ଆସୁଛନ୍ତି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular