କରୋନା ମହାମାରୀ ଭିତରେ ଚଳିତ ମାସ ୨୯ ତାରିଖରୁ ବଜେଟ୍ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଅଧିବେଶନର ପ୍ରଥମ ଦିନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉଭୟ ଗୃହର ମିଳିତ ଅଧିବେଶନକୁ ସମ୍ବୋଧିତ କରିବାର କାର୍ୟ୍ୟକ୍ରମ ରହିଛି । ସେହିଭଳି ଫେବୃଆରୀ ପହିଲାରେ ସାଧାରଣ ବଜେଟ୍ ପାରିତ ହେବ ବୋଲି ସୂଚନା ମିଳିଛି । ଏହି ବଜେଟ୍ ଅଧିବେଶନ ଜାନୁଆରୀ ୨୯ ତାରିଖରୁ ଆରମ୍ଭ ହୋଇ ଫେବୃଆରୀ ୮ ତାରିଖ ଯାଏ ଚାଲିବ । ଏନେଇ ଲୋକସଭା ସଚିବାଳୟ ପକ୍ଷରୁ ଗୁରୁବାର ଦିନ ସୂଚନା ପ୍ରଦାନ କରାଯାଇଛି । ଏହି ସୂଚନାରେ ବିଭିନ୍ନ ମନ୍ତ୍ରଣାଳୟର ଖର୍ଚ୍ଚ ଦାବିକୁ ବିଚାର କରିବା ଓ ଏହାର ରିପୋର୍ଟ ପ୍ରସ୍ତୁତ କରିବାକୁ କିଛି ସମୟ ଦିଆଯିବ ବୋଲି କୁହାଯାଇଛି । ଫେବୃଆରୀ ୮ ରେ ବଜେଟ୍ ଅଧିବେଶନ ଶେଷ ହେଉଥିଲେ ବି ରିପୋର୍ଟ ପ୍ରସ୍ତୁତ ପରେ ଫେବୃଆରୀ ୧୫ ତାରିଖରେ ଗୃହକୁ ମୁଲତବି ଘୋଷଣା କରାଯିବ । ଏହା ପରେ ପୁଣି ମାର୍ଚ୍ଚ ୮ ରେ ଆରମ୍ଭ ହେବ । ବଜେଟ୍ ଅଧିବେଶନ ପୂର୍ବରୁ କରୋନା ମହାମାରୀକୁ ଦୃଷ୍ଟିରେ ରଖି ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି । ପୂର୍ବ ଅଧିବେଶନ ଭଳି ପର୍ୟ୍ୟାୟ ଭିତ୍ତିରେ ଏହା ଅନୁଷ୍ଠିତ ହେବ । ରାଜ୍ୟସଭା ସକାଳ ସିଫ୍ଟରେ ବସିବାକୁ ଥିବା ବେଳେ ଲୋକସଭା ସଂନ୍ଧ୍ୟା ସିଫ୍ଟରେ ବସିବ । ହେଲେ ପୂର୍ବ ଅଧିବେଶନ ଭଳି ଏଥର ପ୍ରଶ୍ନକାଳକୁ ବାଦ ଦିଆଯିବ କି ନାହିଁ ସେ ନେଇ ଚୁଡାନ୍ତ ନିଷ୍ପତ୍ତି ଶୀଘ୍ର ହେବ ବୋଲି ପ୍ରକ୍ରିୟା ସହିତ ଜଡିତ ଜଣେ ଅଧିକାରୀ କହିଛନ୍ତି ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0