ନୂଆଦିଲ୍ଲୀ: ଦେଶରେ ବୁଲେଟ ଟ୍ରେନର ନେଟୱାର୍କ ବଢ଼ିବାକୁ ଯାଉଛି । ଏନେଇ ଭାରତୀୟ ରେଳବିଭାଗ ୭ଟି ନୂଆ ରୁଟ ଚିହ୍ନଟ କରିଛି । ଏଥିପାଇଁ ଖୁବ ଶୀଘ୍ର ଭାରତୀୟ ରାଷ୍ଟ୍ରୀୟ ଉପରିସ୍ଥ ଅଧିକାରୀ (ଏନଏଚଏଆଇ)ମାନେ ଜମି ସ୍ଥିର କରିବାକୁ ଯାଉଛନ୍ତି ।
ସୂଚନାନୁସାରେ କେନ୍ଦ୍ର ମନ୍ତ୍ରୀ ନିତିନ ଗଡ଼କରୀଙ୍କ ଅଧକ୍ଷତାରେ ବସିଥିବା ବୈଠକରେ ଜମି ଅଧିଗ୍ରହଣ କାମ ଆରମ୍ଭ କରିବାର ନିଷ୍ପତ୍ତିି ନିଆଯାଇଥିଲା । ଏନେଇ ରେଳ ବିଭାଗ ଏନଏଚଏଆଇକୁ ପତ୍ର ଲେଖିବା ସହ ସଂପୂର୍ଣ୍ଣ ବିବରଣୀ ପ୍ରଦାନ କରିଛି । କାମ କିପରି ଶୀଘ୍ର ହେବ ପାଇଁ ଏନଏଚଏଆଇକୁ ଏକ ନୋଡ଼ାଲ ଅଧିକାରୀ ନିଯୁକ୍ତି କରିବାକୁ କୁହାଯାଇଛି ।
ଭାରତର ପ୍ରଥମ ବୁଲେଟ ଟ୍ରେନକୁ ନେଇ ଚର୍ଚ୍ଚା ଚାଲିଛି । ପ୍ରଥମେ ଅହମ୍ମଦାବାଦରୁ ମୁମ୍ବାଇ ମଧ୍ୟରେ ଚାଲିବାକୁ ଥିବା ଏହି ଟ୍ରେନ ୨୦୨୩ ଡ଼ିସେମ୍ବରରେ ଆରମ୍ଭ ହେବାର ସମ୍ଭାବନା ଅଛି । ଭାରତରେ ଜାପାନ ସହାୟତାରେ ବୁଲେଟ ଟ୍ରେନ ଆରମ୍ଭ ହେବ ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0