ତାମିଲନାଡୁ : କରୋନା ମହାମାରୀ ପାଇଁ ଦ୍ୱିତୀୟ ଥର ସ୍ଥଗିତ ହେଲା ତାମିଲନାଡୁ ପ୍ରିମିୟର ଲିଗ । ଟି୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଚଳିତ ବର୍ଷ ନଭେମ୍ବରରେ ଅଥବା ଆସନ୍ତା ବର୍ଷ ମାର୍ଚ୍ଚ ମାସରେ ଖେଳାଯିବା ନେଇ ଟିଏନସିଏ ଆଶା ପ୍ରକାଶ କରିଛି । ଏହି ଲୋକପ୍ରିୟ ଟୁର୍ଣ୍ଣାମେଣ୍ଟ ଜୁନ ୧୦ ତାରିଖରୁ ୧୨ ଜୁଲାଇ ଭିତରେ ଖେଳା ହେବାକୁ ଥିଲା ।ଣ୍ଟମାତ୍ର କରୋନା ସଙ୍କଟ ପାଇଁ ସେତେବେଳେ ତାମିଲନାଡୁ କ୍ରିକେଟ ସଂଘ ଏହାକୁ ସ୍ଥଗିତ ରଖିଥିଲା । ଟିଏନସିଏ ଏହାକୁ ଜୁଲାଇ ଶେଷ କିମ୍ବା ସେପଟେମ୍ବର ଆରମ୍ଭରେ କରିବାକୁ ଚାହୁଁଥିଲା, ମାତ୍ର ଏବେ ବି କରୋନା ସଙ୍କଟ ଟଳିି ନଥିବାରୁ ପୁଣି ଥରେ ସମୟ ପରିବର୍ତ୍ତିତ କରାଯାଇଛି । ଏନେଇ ଟିଏନସିଏର ମାନଦ ସଚିବ ଆର.ଏସ.ରାମାସୌମୀ ସୂଚନା ଦେଇଛନ୍ତି । ବିଜ୍ଞାପନ ଅନୁଯାୟୀ, ଆମେ ରାଜ୍ୟର ସମସ୍ତ ଭଲ ଖେଳାଳୀଙ୍କ ସହିତ ଅଶ୍ୱିନ, ଦିନେଶ କାର୍ତ୍ତିକ, ବିଜୟ ଶଙ୍କର ଏବଂ ଏମ୍ ବିଜୟ ଏଥିରେ ଖେଳନ୍ତି । ବରୁଣ ଚକ୍ରବର୍ତ୍ତୀ ଏବଂ ସାଇ କିଶୋର ପରି ଖେଳାଳିମାନଙ୍କୁ ମଧ୍ୟ ଇଣ୍ଡିଆନ ପ୍ରିମିୟର ଲିଗ ଦ୍ୱାରା ଚୟନ କରାଯାଇଥିଲା । ମାତ୍ର କରୋନା ପାଇଁ ଏହି ଖେଳ ନଭେମ୍ବର ୨୦୨୦ ତଥା ମାର୍ଚ୍ଚ ୨୦୨୧ ଭିତରେ ହେବାର ଆଶା ରଖାଯାଇଛି ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0