spot_img

ବୁର୍ଲା ଭିମସାରରେ ରୋଗୀ ମୃତ୍ୟୁ ନେଇ ଉତ୍ତେଜନା

ବୁର୍ଲା: ସମ୍ବଲପୁର ମୋଦୀପଡା ଆମ୍ବେଦକର ନଗର ଅଞ୍ଚଳର ଜନୈକ ମହିଳା ବୁର୍ଲା ମେଡିକାଲର ଫିମେଲ ମେଡ଼ିସିନ ୱାର୍ଡରେ ଚିକିତ୍ସିତ ହେଉଥିଲେ । ଗତକାଲି ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କ ପରିବାର ଲୋକେ ଉପସ୍ଥିତ ନର୍ସ ଓ ଜୁନିଅର ଡାକ୍ତରଙ୍କୁ ଡାକିଥିଲେ। ହେଲେ ଦୀର୍ଘସମୟ ପର୍ୟ୍ୟନ୍ତ କେହି ହେଲେ ଚିକିତ୍ସା ପାଇଁ ଆସିନଥିବା ଅଭିଯୋଗ ହୋଇଛି। ପରେ ଗୁରୁତର ମହିଳା ଜଣଙ୍କର ମୃତ୍ୟୁ ହୋଇଥିଲା। ଯାହାକୁ ନେଇ ରୋଗୀଙ୍କ ସଂପର୍କୀୟ ଓ ଡାକ୍ତରଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଭୀମସାର ଫାଣ୍ଡି ଅଧିକାରୀଙ୍କ ହସ୍ତକ୍ଷେପ ପରେ ପରିସ୍ଥିତି ଶାନ୍ତ ପଡ଼ିଛି । ତେବେ ଏନେଇ ଭୀମସାର ଅଧିକ୍ଷକଙ୍କ ପାଖରେ ସୂଚନା ନଥିବା ଅଧିକ୍ଷକ କହିଛନ୍ତି ।

 

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular