ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଚଳିତ ବର୍ଷର ମାଟ୍ରିକ୍ ସପ୍ଲିମେଣ୍ଟାରି ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ପରୀକ୍ଷାଫଳ ବୋର୍ଡ କାର୍ୟ୍ୟାଳୟରେ ପ୍ରକାଶ ପାଇଛି। ସପ୍ଲିମେଣ୍ଟାରି ପରୀକ୍ଷାରେ ପାସ୍ ହାର ୭୦.୯୪ ପ୍ରତିଶତ ରହିଥିବା ବେଳେ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ପାସ୍ ହାର ୭୫.୬୭ ପ୍ରତିଶତ ରହିଛି। ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୫ହଜାର ୨୪୪ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ୨୨ହଜାର ୬୬୧ଜଣ ପରୀକ୍ଷାର୍ଥୀ ଫର୍ମପୂରଣ କରିଥିବା ବେଳେ ୨୧ହଜାର ୪୮୭ଜଣ ପରୀକ୍ଷା ଦେଇଥିଲେ। ୧୧୭୪ ଜଣ ପରୀକ୍ଷାରେ ଅନୁପସ୍ଥିତ ରହିଥିଲେ।



Visitors Today : 0
Total Visitors : 130426
Total Views : 9891957
Visitors Online Now : 0