କରଞ୍ଜିଆ : ପୁଣି ଜନନୀ ଯନ୍ତ୍ରଣା। ଗାଁକୁ ୧୦୮ ଆମ୍ୱୁଲାନ୍ସ ଯାଇନପାରିବାରୁ ୨ କିମି ଷ୍ଟ୍ରେଚରରେ ବୁହାହେଲେ ଗର୍ଭବତୀ। ଏପରି ଘଟଣା ସାମ୍ନାକୁ ଆସିଛି କେନ୍ଦୁଝର ଜିଲ୍ଲାର ଗୌୟଳ ମୁଣ୍ଡା ପଞ୍ଚାୟତ କନ୍ତଳା ଗାଁରୁ। କନ୍ତାଳ ଗାଁର ସୀତା ବିରୁଆ ରବିବାର ଗର୍ଭ ଯନ୍ତ୍ରଣା ପାଇଥିଲେ। ତାଙ୍କୁ ମେଡିକାଲ ନେବା ପାଇଁ ପରିବାର ଲୋକେ ୧୦୮ ଆମ୍ୱୁଲାନ୍ସକୁ ଫୋନ୍ କରିଥିଲେ। ନିର୍ଦ୍ଧାରିତ ସମୟରେ ଆମ୍ୱୁଲାନ୍ସ ଆସିଥିଲା। ମାତ୍ର ବନ୍ତଳା ଗାଁକୁ ଆମ୍ୱୁଲାନ୍ସ ଯାଇପାରିଲା ନାହିଁ। ଗାଁକୁ ରାସ୍ତା ନଥିବାରୁ ଅଧା ବାଟରେ ଅଟକିଲା ୧୦୮ ଆମ୍ୱୁଲାନ୍ସ। ଏନେଇ ଆମ୍ୱୁଲାନ୍ସ କର୍ମଚାରୀମାନେ ସୀତାଙ୍କ ପରିବାର ଲୋକଙ୍କୁ ମୋବାଇଲରେ ସୂଚନା ଦେବାକୁ ଚାହିଁଥିଲେ। ମାତ୍ର ସେହି ଅଞ୍ଚଳରେ ନେଟୱର୍କ ନ ଥିବାରୁ ଯୋଗାଯୋଗ ହୋଇପାରିନଥିଲା। ଶେଷରେ କିଛି ଉପାୟ ନପାଇ ଇଏମଟି କେଦାର ନାଥ ମହାନ୍ତ, ହେଲ୍ପର ଭରତ ମହାନ୍ତ ଓ ଡ୍ରାଇଭର ରଞ୍ଜିତ ମହାନ୍ତ ଷ୍ଟ୍ରେଚର ଧରି ଗାଁରେ ପହଞ୍ଚି ଥିଲେ। ସେଠାରୁ ସୀତାଙ୍କୁ ଷ୍ଟ୍ରେଚରରେ ୨ କିମି ବୋହି ଆମ୍ୱୁଲାନ୍ସ ପର୍ୟ୍ୟନ୍ତ ଆଣିଥିଲେ। ଏଥିରେ ପରିବାର ଲୋକ ସହଯୋଗ କରିଥିଲେ। ତା’ପରେ ତାଙ୍କୁ ଡାକ୍ତରଖାନରେ ଭର୍ତ୍ତି କରାଯାଇଥିଲା। ଏବେ ମାଆ ଓ ଛୁଅ ସୁସ୍ଥ ଅଛନ୍ତି।



Visitors Today : 0
Total Visitors : 130430
Total Views : 9891961
Visitors Online Now : 0