spot_img

ଶହେ ଫୁଟ ଘାଟିକୁ ଖସିଲା ପର୍ୟ୍ୟଟକଙ୍କ ବସ

କୋରାପୁଟ : କୋରାପୁଟ ସୀମା ବିଶାଖାପଟଣାର ଆରକୁ ଘାଟିରେ ବଡ ଅଘଟଣ ଘଟିଛି । ଘାଟି ତଳକୁ ଖସିଲା ପର୍ୟ୍ୟଟକ ବସ । ଘଟଣାରେ ୪ଜଣ ପର୍ୟ୍ୟଟକ ପ୍ରାଣ ହରାଇ ଥିବା ବେଳେ ୧୯ଜଣ ଯାତ୍ରୀ ଗୁରୁତର ଅଛନ୍ତି । ଗତକାଲି ରାତିରେ ଓଡ଼ିଶା କୋରାପୁଟ ସୀମାବର୍ତୀ ଆନ୍ଧ୍ରପ୍ରଦେଶ ବିଶାଖାପାଟଣା ଆରକୁ ଭ୍ୟାଲିରେ ଘଟିଛି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ସୂଚନା ଅନୁଯାୟୀ, ଆରକୁ ଘାଟିରୁ ପ୍ରାୟ ୧୦୦ ଫୁଟ ତଳକୁ ବସଟି ଖସିପଡିଛି । ଏହି ବସ୍ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ୧୯ଜଣ ପର୍ୟ୍ୟଟକଙ୍କୁ ଏମ କୋଟା ଓ କିଙ୍ଗ୍ସ ଜର୍ଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ୨୩ ପର୍ୟ୍ୟଟକଙ୍କୁ ଧରି ବସଟି ବିଶାଖାପାଟଣା ଦେଇ ହାଇଦ୍ରାବାଦ ଫେରୁଥିବା ବେଳେ ଭାରସାମ୍ୟ ହରାଇ ବସ ଖସି ପଡ଼ିଥିଲା ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular