spot_img

କୋଟିଆରେ ଆରମ୍ଭ ହେଲା ‘ଆନ୍ଧ୍ର’ ନିର୍ବାଚନ

କୋରାପୁଟ: ଆଜି ସୀମାନ୍ତ ଗାଁରେ ଆନ୍ଧ୍ର କରୁଛି ନିର୍ବାଚନ । କୋଟିଆରେ ଚାଲିଛି ନିର୍ବାଚନ । କୋଟିଆ ପଂଚାୟତର ଫାଟୁସିନେରୀ ଗାଁରେ ଆରମ୍ଭ ହୋଇଛି ନିର୍ବାଚନ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ଫାଟୁସିନେରୀ ପାଇଁ ୨ ଜଣ ପ୍ରାର୍ଥୀ ରହିଛନ୍ତି । ଏଠାରେ ହିଁ ପୋଲିଂ ବୁଥ କରାଯାଇଛି । ମତଦାନ ଧିରେ ଧିରେ ଆରମ୍ଭ ହେଉଛି । ସେପଟେ କୋଟିଆରେ ଆନ୍ଧ୍ରର ନିର୍ବାଚନ ପ୍ରସଙ୍ଗରେ ଆନ୍ଧ୍ରର ବିଜୟନଗରମ ଜିଲ୍ଲାପାଳଙ୍କୁ ଚିଠି ଲେଖିଥିଲେ କୋରାପୁଟ ଜିଲ୍ଲାପାଳ । ନିର୍ବାଚନ ବନ୍ଦ କରିବାକୁ ପଦକ୍ଷେପ ନେବା ପାଇଁ ଚିଠିରେ ସେ ନିବେଦନ କରିଛନ୍ତି । ନିର୍ଦ୍ଧାରିତ ସମୟ ମଧ୍ୟରେ ଜବାବ ଦାଖଲ କରିବାକୁ ଆନ୍ଧ୍ରକୁ ସୁପ୍ରିମକୋର୍ଟ ନୋଟିସ ଜାରି କରିଛନ୍ତି । ଆସନ୍ତା ୧୯ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ଆନ୍ଧ୍ରପ୍ରଦେଶ ଗଠନ ପୂର୍ବରୁ ୧୯୫୧ ମସିହାରୁ କୋଟିଆ ଅଧିବାସୀ ଓଡିଶାର କୋରାପୁଟ ଲୋକସଭା ନିର୍ବାଚନମଣ୍ଡଳୀ ଓ ପଟାଙ୍ଗି ବିଧାନସଭା ନିର୍ବାଚନମଣ୍ଡଳୀରେ ଭୋଟ ଦେଇ ଆସୁଛନ୍ତି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular