ରାଇରଙ୍ଗପୁର : ପଦ୍ମବତୀ ନାମକ ଯାତ୍ରୀବାହୀ ବସ୍ ବହଳଦାରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲେ । କିନ୍ତୁ ଟାଉନ୍ ଥାନା ଭାଲୁବସା ପେଟ୍ରୋଲ ପମ୍ପ ନିକଟରେ ଭାରସାମ୍ୟ ହରାଇ ବିଲକୁ ଖସିପଡିଥିଲା । ଯାହାଫଳରେ ଗାଡ଼ିରେ ଯାତ୍ରୀଙ୍କ ମଧ୍ୟରୁ ୪ଜଣ ଆହତ ହୋଇଛନ୍ତି । କିନ୍ତୁ ଗାଡିରେ ଥିବା ଅଧିକାଂଶ ଯାତ୍ରୀ ଅଳ୍ପକେ ବର୍ତ୍ତିଯାଇଛନ୍ତି । ଦୁର୍ଘଟଣା ସଂପର୍କରେ ସ୍ଥାନୀୟ ଲୋକ ଓ ପ୍ରଶାସନ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ସେପଟେ ଆହତମାନଙ୍କ ଉଦ୍ଧାର କରି ନିକଟସ୍ଥ ରାଇରଙ୍ଗପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେଠାରେ ତାଙ୍କ ଚିକିତ୍ସା ଜାରି ରହିଛି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0