spot_img

ହକି କିମ୍ବଦନ୍ତୀ ମାଇକେଲ କିଣ୍ଡୋଙ୍କ ପରଲୋକ

ରାଉରକେଲା: ଏକମାତ୍ର ବିଶ୍ୱକପ ଜିତିଥିବା ଭାରତୀୟ ଚାମ୍ପିଆନ ଦଳର ସଦସ୍ୟ ତଥା ହକି କିମ୍ପଦନ୍ତୀ ଅଲମ୍ପିଆନ ମାଇକେଲ କିଣ୍ଡୋଙ୍କ ପରଲୋକ । ପ୍ରାୟ ୭୪ ବର୍ଷ ବୟସରେ ଇସ୍ପାତ ଜେନେରାଲ ହସ୍ପିଟାଲରେ ତାଙ୍କର ଦେହାନ୍ତ ଘଟିଛି । ତେବେ ପ୍ରାୟ ୪୦ ବର୍ଷରୁ ସେ ଭାରତୀୟ ହକି ଦଳ ପାଇଁ ଅନେକ ଗୌରବ ଆଣିଥିଲେ । ଗତ କିଛିଦିନ ଧରି ସେ ମଧୁମେହ ରୋଗରେ ପୀଡିତ ଥିବା ସହ ଆଣଣ୍ଠୁଜନିତ ଓ ଶବଣ ସମସ୍ୟାରେ ପୀଡିତ ଥିଲେ । ଅନ୍ୟପଟେ ତାଙ୍କ ମୃତୁ୍ୟ ସମୟରେ ତାଙ୍କ ପୁତ୍ର ତଥା ଜାତୀୟ ସ୍ତରରେ ଟେବୁଲ ଟେନିସ ଖେଳାଳି ଆଲବର୍ଟ ଏବଂ ମାଇକେଲଙ୍କ ପତ୍ନୀ ଶୀଲା କିଣ୍ଡୋଙ୍କ ସମେତ ପରିବାରର ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ । ତେବେ କିଣ୍ଡୋଙ୍କ ବିୟୋଗରେ କ୍ରୀଡାବିତ ଓ କ୍ରିଡାପ୍ରେମୀଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular