spot_img

ବାଲେଶ୍ୱର ଜିଲ୍ଲାବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଐତିହାସିକ ନିଷ୍ପତ୍ତି

ବାଲେଶ୍ୱର :ବାଲେଶ୍ୱର ଜିଲ୍ଲାବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଐତିହାସିକ ନିଷ୍ପତ୍ତିକୁ ନେଇ ଖୁସିର ଲହରୀ । ସୁବର୍ଣ୍ଣରେଖା ନଦୀ ଉପରେ ଏକ ଉଚ୍ଚସ୍ତରୀୟ ସେତୁ ନିର୍ମାଣ ପ୍ରସ୍ତାବକୁ ଗତକାଲି କ୍ୟାବିନେଟ୍ ଅନୁମୋଦନ ଦେଇଛନ୍ତି । ଏହି ବ୍ରିଜ ନିର୍ମାଣ ପାଇଁ ଦୀର୍ଘଦିନ ଧରି ଲୋକେ ଦାବି କରିଆସୁଥିଲେ।  ମୁଖ୍ୟମନ୍ତ୍ରୀ ତାଙ୍କ ଦାବି ଶୁଣିଛନ୍ତି । ଏନେଇ ଭୋଗରାଇ ବିଧାୟକ ଅନନ୍ତ ଦାସ ସାମ୍ବାଦିକ ସମ୍ମିଳନୀ କରି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ବାଲେଶ୍ୱର ଜିଲ୍ଲାର ବାଲିଆପାଳ ବ୍ଲକର ଜାମକୁଣ୍ଡା ଓ ଭୋଗରାଇ ବ୍ଲକର ଅଡଙ୍ଗାପନ୍ତେଇ ମଧ୍ୟରେ ଏହି ସେତୁ ନିର୍ମାଣ ହେବ । ୯୯୩ . ୧୨ ମିଟର ଲମ୍ବ ଏବଂ ୬୨.୦୭ ମିଟର ଓସାର ବିଶିଷ୍ଟ ଏହି ବ୍ରିଜ ନିର୍ମାଣ ପାଇଁ ୧୩୮ କୋଟି ୭୪ ଲକ୍ଷ ୪୮ ହଜାର ଟଙ୍କା ବ୍ୟୟ ବରାଦ ହୋଇଥିବା ବେଲେ ଏହାର ନିର୍ମାଣ କାର୍ଯ୍ୟ ୩୦ ମାସ ମଧ୍ୟରେ ଶେଷ କରାଯିବ ।

ଭୋଗରାଇ ଏବଂ ବାଲିଆପାଳ ବ୍ଲକ ମଧ୍ୟରେ ଗମନାଗମନ ଦୂରତା ହ୍ରାସ ପାଇବ  ।  ଏହି ବ୍ରିଜ ହେବା ଫଳରେ ପ୍ରସ୍ତାବିତ ସୁବର୍ଣ୍ଣରେଖା ବନ୍ଦର , ଚନ୍ଦନେଶ୍ବର ମନ୍ଦିର ଏବଂ ଭୂଷଣ୍ତେଶ୍ୱର ମନ୍ଦିର ଭଳି ଅର୍ଥନୈତିକ ଏବଂ ପର୍ଯ୍ୟଟନସ୍ଥଳୀ ଗୁଡିକୁ ସିଧାସଳଖ ସଂଯୋଗ ହୋଇପାରିବ ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular