ମୁମ୍ବାଇ: ଚାଷୀ ଆନ୍ଦୋଳନକୁ ନେଇ ମୁହଁ ଖୋଲିଲେ ସଲମାନ ଖାନ । କୃଷି ଆଇନ୍ ବିରୋଧରେ ଚାଷୀ ଦିଲ୍ଲୀରେ ଧାରଣାରେ ବସିଛନ୍ତି। ଏହାରି ଭିତରେ ଆନ୍ଦୋଳନକୁ ଦୁଇମାସରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ଚାଷୀ ନିଜ ଜିଦରେ ଅଟଳ ଅଛନ୍ତି। ସାରା ବିଶ୍ୱରେ ଏହି ଆନ୍ଦୋଳନକୁ ନେଇ ବିଭିନ୍ନ ପ୍ରତିକ୍ରିୟା ଆସୁଛି। ଏକ କାର୍ୟ୍ୟକ୍ରମ ବେଳେ ଚାଷୀ ଆନ୍ଦୋଳନ ସମ୍ବନ୍ଧରେ ଏକ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ ସଲମାନ କହିଛନ୍ତି , ‘ଯାହା ଠିକ ତାହା ଘଟିବା ଉଚିତ’ । ପ୍ରତିଟି ଲୋକଙ୍କ ସହ ସବୁକିଛି ଠିକ୍ ହେବା ଦରକାର। ଅନ୍ୟ ଅଭିନେତା ଅଭିନେତ୍ରୀମାନଙ୍କ ପରି ସଲମାନ ଏଯାଏ କୃଷି ଆଇନକୁ ନେଇ ଟ୍ବିଟରରେ କିଛି ପୋଷ୍ଟ କିମ୍ବା କମେଣ୍ଟ କରିନାହାନ୍ତି। କେବଳ ବଲିଉଡ ନୁହେଁ କ୍ରିକେଟ ତାରକା ମଧ୍ୟ ଚାଷୀ ଆନ୍ଦୋଳନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି।



Visitors Today : 3
Total Visitors : 130426
Total Views : 9891957
Visitors Online Now : 0