ରାଜଧାନୀରେ ଦିନକୁ ଦିନ କରୋନା ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି । ରାଜଧାନୀରେ ସଟଡାଉନ ନେଇ ସରକାର ଆଗକୁ ନିଷ୍ପତ୍ତି ନେବେ ବୋଲି ସୂଚନା ଦେଛନ୍ତି ବିଏମ୍ସି କମିଶନର । ରାଜ୍ୟରେ ମଧ୍ୟ କରୋନା ସଂକ୍ରମଣ ସଂଖ୍ୟା ବଢିବରେ ଲାଗିଛି । ଏନେଇ ସ୍ୱାସ୍ଥ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର କହିଛନ୍ତି, କଟକଣା ବଢିବା ନେଇ ରାଜ୍ୟ ସରକାର ଆଜି କିମ୍ବା କାଲି ନିଷ୍ପତି ନେବେ । କିଛି କଟକଣା ବଳବତର ରହିବ । ୧ ତାରିଖରୁ ଗଂଜାମ, ଗଜପତି ଓ କଟକରେ ଆରମ୍ଭ କରାଯିବ ର ତାପରେ ସ୍ଥିତିଦେଖି ଅନ୍ୟ ଜିଲ୍ଲାଗୁଡିକରେ ଏହାକୁ ଲାଗୁ କରାଯିବା ନେଇ ନିଷ୍ପତି ନିଆଯିବ ବୋଲି ପ୍ରଦୀପ୍ତ ମହାପାତ୍ର କହିଛନ୍ତି ।ଆଗକୁ ୩ରୁ ୪ ସପ୍ତାହ ଆମ ପାଇଁ ଗୁରୁତ୍ବପୂର୍ଣ୍ଣ ରହିଛି । ତେଣୁ ଏବେ ଲୋକେ ନିଜେ ସଚେତନତା ହେବା ଆବଶ୍ୟକ ରହିଛି । ଯଦି ଆମେ ସଚେତନତା ନେହବା , ତେବେ ଆଗକୁ ପରିସ୍ଥିତି ଚିନ୍ତାଜନକ ରହିବ । କୋଭିଡ ଗାଇଡ ଲାଇନ୍ ପାଳନ ନେଇ ରାଜଧାନୀରେ ବିଭିନ୍ନ ମେଡିକାଲ ଅନୁଧ୍ୟାନକରାଯିବ ସହ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0