ସୋସିଆଲ ମିଡିଆରେ ଫ୍ୟାନ୍ସମାନେ ନିଜର ମନ କଥା ଖୋଲି ପ୍ରକାଶ କରିଥାନ୍ତି । ଅନେକ ଥର ସୋସିଆଲ ମିଡିଆରେ ଲୋକମାନେ ଡିମାଣ୍ଡ ମଧ୍ୟ କରିଥାନ୍ତି । ଏନେଇ ଗତକାଲି ଭାରତ ରତ୍ନ ଟ୍ୱିଟରରେ ଟ୍ରେଣ୍ଡ ହୋଇଛି । ସୂଚନା ମୁତାବକ ଫ୍ୟାନ୍ସମାନେ ଅଭିନେତା ସୋନୁ ସୁଦ୍ ଏବଂ ଅକ୍ଷୟ କୁମାରଙ୍କ କାର୍ଯ୍ୟକୁ ଦେଖି ତାଙ୍କୁ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ଭାରତ ରତ୍ନ ପଦବୀରେ ସମ୍ମାନୀତ କରିବା ପାଇଁ ଦାବି କରିଛନ୍ତି । ରିପୋର୍ଟ ଅନୁଯାୟୀ ଅକ୍ଷୟ କୁମାର କରୋନା ମହାମାରୀ ଭଳି ସଂକଟ ପରିସ୍ଥିତିରେ ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ କୋଭିନ-୧୯ ଜରିଆରେ ପିଏମ୍ କେୟାର୍ସ ଫଣ୍ଡକୁ ୨୫ କୋଟି ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦେବା ସହ ଗତବର୍ଷ ୨୦୧୯ ପୁଲୱାମା ଆକ୍ରମଣରେ ସହିଦ୍ ହୋଇଥିବା ପରିବାର ସଦସ୍ୟଙ୍କୁ ସାହାଯ୍ୟ ଏବଂ ଆସମା ଓ ଚେନ୍ନାଇରେ ଭୟଙ୍କର ବନ୍ୟାରେ କ୍ଷୟକ୍ଷତି ହୋଇଥିବା ଲୋକଙ୍କୁ ମଧ୍ୟ ସାହାଯ୍ୟ କରିଥିଲେ ।
Both Are Real Hero From Punjab And both of them must get Bharat Ratna.❤️#AkshayKumar @SonuSood#AkshayKumar #SonuSood pic.twitter.com/tFnpqOT1LS
— 🌟RaviranjaN🌟 (@Raviranjan_Real) June 28, 2020
ସେହିଭଳି ସୋନୁ ସୁଦଙ୍କୁ ମଧ୍ୟ ଭାରତ ରତ୍ନ ପଦବୀରେ ସମ୍ମାନୀତ କରିବା ପାଇଁ ସୋସିଆଲ ମିଡିଆରେ ଦାବି କରାଯାଉଛି । ସୂଚନା ମୁତାବକ ସୋନୁଙ୍କ ସାହାଯ୍ୟରେ ହଜାର ହଜାର ପ୍ରବାସୀ ସଠିକ ଭାବେ ଘରେ ପହଞ୍ଚିପାରିଛନ୍ତି । ଏଥିସହ ସେ କରୋନା ମହାମାରୀ ପାଇଁ ନିଜ ହୋଟେଲରେ ରହିବାକୁ ଦେବା ସହ ପଞ୍ଜାବର ଡାକ୍ତରମାନଙ୍କ ପାଇଁ ପିପିଇ କିଟ୍ ଦାନ କରିଛନ୍ତି । ଏନେଇ ଫ୍ୟାନ୍ସମାନେ ଦାବି କରିଛନ୍ତି ତାଙ୍କୁ ଭାରତ ରତ୍ନ ପଦବୀରେ ସମ୍ମାନୀତ କରାଯିବା ଉଚିତ । ଏନେଇ ଜଣେ ୟୁଜର ଲେଖିଛନ୍ତି, “ଅକ୍ଷୟ ଏବଂ ସୋନୁ ହୃଦୟରୁ ହିଁ ଲୋକଙ୍କୁ ସାହାଯ୍ୟ କରିଛନ୍ତି । ସେମାନେ ଭାରତ ରତ୍ନର ହକଦାର୍ ।” ସେହିଭଳି ଅନ୍ୟଜଣେ ୟୁଜର ଲେଖିଛନ୍ତି, ଏହି ଦୁଇ କଳାକାର ଦେଶ ପ୍ରତି ନିଜର ଭଲପାଇବା ଦେଖାଇଛନ୍ତି । ଦୁଇ ଜଣ ବହୁତ ଭଲ କଳାକାର ସହ ଭଲ ମଣିଷ ମଧ୍ୟ ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0