spot_img

ମ୍ୟାନମାରରେ ଦେଶର ଶାସନ କ୍ଷମତାକୁ ହାତକୁ ନେଇଛି ସାମରିକ ଶାସନ

ମ୍ୟାନମାରରେ ସାମରିକ ଶାସନର କ୍ରୁରତା । ଫେବୃଆରୀ ପହିଲା ଦିନ ମ୍ୟାନମାର ସୈନ୍ୟବାହିନୀ ଦେଶର ଶାସନ କ୍ଷମତାକୁ ନିଜ ହାତକୁ ନେଇଛି । ଗଣତାନ୍ତ୍ରିକ ପଦ୍ଧତିରେ ନିର୍ବାଚିତ ଆଙ୍ଗ ସାନ୍ ସ୍ୟୁ ଚୀ ସରକାରଙ୍କୁ ହଟାଇ କ୍ଷମତା ଦଖଲ କରିନେଇଥିଲା ସୈନ୍ୟବାହିନୀ । ଏନେଇ ସେହିଦିନ ଠାରୁ ମ୍ୟାନମାରରେ ସେନାବାହିନୀ ବିରୋଧରେ ସାଧାରଣ ଜନତା ବିକ୍ଷୋଭ ଜାରୀ ରଖିଛନ୍ତି । ଏହି କ୍ରମରେ ରବିବାର ଦିନ ସାମରିକ ଶାସନ ବିରୋଧରେ ବିକ୍ଷୋଭ ଚାଲିଥିବା ବେଳେ ସେନାବାହିନୀ ତା’ର କ୍ରୁରତା ଦେଖାଇଛି । ବିଭିନ୍ନ ସହରରେ ବିକ୍ଷୋଭକାରୀଙ୍କ ଉପରକୁ ପୋଲିସ ତରଫରୁ ଗୁଳି ଚାଳନା କରାଯାଇଛି । ଫଳରେ ୧୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦ ରୁ ଅଧିକ ଆନ୍ଦୋଳନକାରୀ ଗୁରୁତର ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular