ଭୁବନେଶ୍ୱର : ରାଜ୍ୟରେ ମାଓବାଦୀ ମୁକାବିଲା ଓ ଦମନ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ଗୃହ ମନ୍ତ୍ରଣାଳୟ ବରିଷ୍ଠ ସୁରକ୍ଷା ପରାମର୍ଶଦାତା ବିଜୟ କୁମାରଙ୍କ ମିଟିଂ। ମାଓପ୍ରବଣ ଜିଲ୍ଲାରେ ମାଓବାଦୀଙ୍କ ସ୍ଥିତି ଓ ଦମନ ନେଇ ଆଲୋଚନା ହୋଇଛି। ସମନ୍ୱୟ, ରଣକୌଶଳ ଓ ଫୋର୍ସ ମୁତୟନ ନେଇ ଆଲୋଚନା ହୋଇଛି।
କଳାହାଣ୍ଡି, କନ୍ଧମାଳ ଓ ନବରଙ୍ଗପୁରରେ CAPF(ସେଣ୍ଟ୍ରାଲ ଆର୍ମଡ ପୁଲିସ ଫୋର୍ସ) ମୁତୟନ ହେବେ। ଆନ୍ଧ୍ର ଏବଂ ଓଡ଼ିଶା ପୁଲିସ ମଧ୍ୟରେ ସମନ୍ୱୟ ରଖି ରଣନୀତି ପ୍ରସ୍ତୁତ ହେବ। କେନ୍ଦ୍ର ପକ୍ଷରୁ ସମସ୍ତ ସହଯୋଗର ପ୍ରତିଶ୍ରୁତି ଦେଲେ ବିଜୟ କୁମାର। ଏହି ବୈଠକରେ ଡିଜିପି, ସିଆରପିଏଫ୍ ଡିଜି, ବିଏସଏଫ୍ ଅଧତ୍କାରୀ ସାମିଲ ହୋଇଥିଲେ।



Visitors Today : 2
Total Visitors : 130537
Total Views : 9892086
Visitors Online Now : 0