spot_img

ଦିଲ୍ଲୀ କ୍ୟାପିଟାଲ୍ସ ବନାମ ମୁମ୍ବାଇ ଇଣ୍ଡିଆନ୍ସ, ହାଇଦ୍ରାବାଦକୁ ଭେଟିବ ବାଙ୍ଗାଲୋର

ଦୁବାଇ: ଚଳିତ ବର୍ଷ ଆଇପିଏଲ ସଂସ୍କରଣ-୧୩ର ଆଜି ୫୧ତମ ମ୍ୟାଚ । ଆଜି ଦୁଇଟି ମ୍ୟାଚ ଖେଳାହେବାକୁ ଥିବାବେଳେ ପ୍ରଥମ ମ୍ୟାଚ ଦିନ ୩.୩୦ରେ ଦୁବାଇରେ ଖେଳାଯିବ । ପ୍ରଥମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ମୁମ୍ବାଇ ଇଣ୍ଡିଆନ୍ସ ପଡିଆକୁ ଓହ୍ଲାଇବ । ସେପଟେ ସଂନ୍ଧ୍ୟା ୭.୩୦ରେ ସାରଜାରେ ଖେଳାଯିବ ଦ୍ୱିତୀୟ ମ୍ୟାଚ । ଏହି ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ରୟାଲ୍ସ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଭେଟିବ । ଶ୍ରେୟସ ଆୟାରଙ୍କ ନେତୃତ୍ୱାଧୀନ ଦିଲ୍ଲୀ କ୍ୟାପିଟାଲ୍ସ ତା’ର ବିଜୟ ଅଭିଯାନ ବଜାୟ ରଖିଛି । ଦିଲ୍ଲୀର ବିସ୍ଫୋରକ ଓପନିଂ ବ୍ୟାଟସମ୍ୟାନ ଭାବେ ଶିଖର ଧାୱନ ଓ ପୃଥ୍ୱୀ ସ’ ରହିଛନ୍ତି । ତେବେ ପୂର୍ବ ମ୍ୟାଚରେ ଶିଖର ଧାୱନ ଦମଦାର ବ୍ୟାଟିଂ କରି ଦଳକୁ ଏକ ବିଶାଳ ସ୍କୋର କରିବାରେ ସାହାଯ୍ୟ କରିଥିଲେ । ଅନ୍ୟପଟେ ଦଳର ଦ୍ରୁତ ବୋଲର କାଗିସୋ ରାବାଡ଼ା ଓ ଆନରିଚ୍ ନର୍ଟଜେ ଚମକ୍ରାର ଫର୍ମରେ ଅଛନ୍ତି । ଯାହାକି ବିପକ୍ଷ ମୁମ୍ବାଇ ଦଳକୁ ସୀମିତ ରନ କରିବାରେ ସହାୟକ ହେବ । ସେହିପରି ମୁମ୍ବାଇ ଦଳରେ ବିସ୍ଫୋରକ ବ୍ୟାଟସମ୍ୟାନ ହିସାବରେ ହାର୍ଦ୍ଦିକ ପାଣ୍ଡ୍ୟା, ସୌରଭ ତିୱାରି, ସୂର୍ଯ୍ୟକୁମାର ଯାଦବ ଚମକ୍ରାର ଫର୍ମରେ ଅଛନ୍ତି । ଯାହାକିି ଆଜିର ମ୍ୟାଚରେ ମୁମ୍ବାଇ ଟିମକୁ ଏକ ବଡ଼ ସ୍କୋର କରିବାରେ ସହାୟକ ହେବ ।

ଅନ୍ୟପଟେ ଆଜିର ଦ୍ୱିତୀୟ ମ୍ୟାଚରେ ରୟାଲ୍ସ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ସନରାଇଜର୍ସ ହାଇଦ୍ରାବାଦ ମୁହାଁମୁହିଁ ହେଉଛନ୍ତି । ଡ଼େଭିଡ଼ ୱାର୍ଣ୍ଣରଙ୍କ ନେତୃତ୍ୱାଧୀନ ସନରାଇଜର୍ସ ହାଇଦ୍ରାବାଦ ଚଳିତ ବର୍ଷ ଆଇପିଏଲରେ ଦିନକୁ ଦିନ ଭଲ ପ୍ରଦର୍ଶନ କରିବାରେ ଲାଗିଛି । ଆଜିର ମ୍ୟାଚରେ ଦଳର କ୍ୟାପଟେନ ଓା୍ୱର୍ଣ୍ଣର, କେନ ୱିଲିୟମସନ ଓ ବେୟାରଷ୍ଟୋଙ୍କ ଭଳି ବିସ୍ଫୋରକ ବ୍ୟାଟସମ୍ୟାନ ଖେଳୁଛନ୍ତି । ଅନ୍ୟପଟେ ଦଳରେ ଷ୍ଟାର ସ୍ପିନର ଭାବେ ରସିଦ ଖାନ ଅଛନ୍ତି । ତେବେ ରସିଦ ପୂର୍ବ ମ୍ୟାଚରେ ଚମକ୍ରାର ପ୍ରଦର୍ଶନ କରିଥିଲେ । ଯାହାକି ବାଙ୍ଗାଲୋରର ଏକ ବଡ଼ ସ୍କୋରକୁ ରୋକିବାରେ ସମର୍ଥ ହେବ । ସେହିପରି ବିରାଟ କୋହଲିଙ୍କ ନେତୃତ୍ୱାଧିନ ରୟାଲ୍ସ ଚ୍ୟାଲେଞ୍ଜର ବାଙ୍ଗାଲୋର ଟିମ ପୂର୍ବ ମ୍ୟାଚରେ ଚମକ୍ରାର ପ୍ରଦର୍ଶନ କରିଛି । ପ୍ଲେୟାର ଭାବେ ଦଳରେ ଏବି.ଡ଼ିଭିଲର୍ସ, ଆରୋନ ଫିଞ୍ଚଙ୍କ ଭଳି ବିସ୍ଫୋରକ ବ୍ୟାଟସମ୍ୟାନ ଅଛନ୍ତି । ସେହିପରି ବୋଲିଂ ବିଭାଗରେ ଡ଼େଲ ଷ୍ଟେନ, ଉମେଶ ୟାଦବ ଓ ନମଦ୍ୱୀପ ସାଇନିଙ୍କ ଭଳି ପ୍ରମୁଖ ବୋଲର ଅଛନ୍ତି । ଯାହାକି ଟିମର ଜିତିବା ଆଶାକୁ ଉଜ୍ଜଳ କରିଛି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular