ଭୁବନେଶ୍ୱର : ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲରେ ପ୍ଲାଜମା ଥେରାପି ବ୍ୟବସ୍ଥା ଶୁଭ ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ। ଭିଡ଼ିଓ କନଫରେନ୍ସଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଏହି ଉଦଘାଟନ କରିଛନ୍ତି। ଏହାସହ ପ୍ଲାଜମା ସମ୍ପର୍କିତ ଭିଡ଼ିଓ ଚିତ୍ରକୁ ମଧ୍ୟ ଉଦଘାଟନ କରିଛନ୍ତି। ପ୍ଲାଜମା ଦାନ ପାଇଁ ପୋର୍ଟାଲ ଓ ପୁସ୍ତିକାର ମଧ୍ୟ ଉନ୍ମୋଚନ କରାଯାଇଛି । ପ୍ଲାଜମା ବ୍ୟାଙ୍କ ଉଦଘାଟନ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟରେ ଏବେ ୪ଟି ଜାଗାରେ ପ୍ଲାଜମା ବ୍ୟାଙ୍କ ହୋଇସାରିଛି । ପ୍ଲାଜମା ଥେରାପିରୁ ସୁଫଳ ମିଳୁଥିବା ଦେଖିବାକୁ ମିଳୁଛି । ଆଗକୁ ଆହୁରି ପ୍ଲାଜମା ବ୍ୟାଙ୍କ ପ୍ରତିଷ୍ଠା କରାଯିବ । ଆଗାମୀ ଦିନରେ ଆଇଜିଏଚ, ଭୀମସାର ଓ ଏମକେସିଜିରେ ପ୍ଲାଜମା ବ୍ୟାଙ୍କ କରାଯିବ । ରାଜ୍ୟର କାହାରିକୁ ଚିକିତ୍ସା ସୁବିଧାରୁ ବଞ୍ଚିତ କରାଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0