ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ସଦର ଥାନା ବଡତେଲେନ ପାଳିରେ ବଜ୍ରଘାତରେ ୩ଜଣ ମହିଳା ପ୍ରାଣ ହରାଇଛନ୍ତି । ଏହା ସହ ଅନ୍ୟ ଜଣେ ଗୁରୁତର ଆହାତ ହୋଇଛନ୍ତି ।
ସୂଚନାନୁସାରେ, ତିନି ଜଣ ମହିଳା ବିଲରେ ତଳି ରୋପଣ କରୁଥିଲେ, ସେହି ସମୟରେ ହଠାତ ବଜ୍ରପାତ ହୋଇଥିଲା । ଏଥିରେ ୩ ମହିଳା ପ୍ରାଣ ହରାଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହାତ ହୋଇଛନ୍ତି । ମୃତକ ହେଲେ ବିଲାସିନୀ ରାଉତ, ଜୋସବନ୍ତି ଶବର ଓ ପ୍ରେମଦିନି ଧାରୁଆ । ଗୁରୁତର ଜଣକ ସୀମା ଧାରୁଆଙ୍କୁ ଭୀମ ଭୋଇ ମେଡିକାଲରେ ଭର୍ତ୍ତି କରାଯାଇଛି ।



Visitors Today : 2
Total Visitors : 130168
Total Views : 9891614
Visitors Online Now : 1