ଚାନ୍ଦପୁର: ଚାନ୍ଦପୁର ଥାନା ଓସକେଇ ଖୋଲ ଛକ ତଥା NH-16 ରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। କାର ସହିତ ଏକ ବାଇକ ମଧ୍ୟରେ ଦୁର୍ଘଟଣା ହୋଇଛି ଏଥିରେ ବାଇକ୍ ଚାଳକ ର ମୃତ୍ୟୁ ହୋଇଛି। ମୃତକ ଜଣକ ନିକଟସ୍ଥ ଗ୍ରାମର ସୁଦର୍ଶନ ସାହୁ । ଔରଙ୍ଗାବାଦରୁ ଏକ ପରିବାର କାର୍ ଯୋଗେ ପୁରୀ ଵୁଲିବାକୁ ଯାଉଥିବା ବେଳେ ଓସକେଇ ଖୋଲ ଛକ ନିକଟରେ ଏକ ବାଇକ୍ ପଛପଟୁ ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ହିଁ ବାଇକ୍ ଚାଳକ ର ମୃତ୍ୟୁ ହୋଇଥିଲା। ଦୁର୍ଘଟଣା ପରେ ଉତ୍ୟକ୍ତ ଲୋକମାନେ ହୋଇ ରାସ୍ତା ଅବରୋଧ କରିଥିଲେ , କ୍ଷତି ପୂରଣ ଦାବୀ କରିଛନ୍ତି । ଘଟଣା ସ୍ଥଳରେ ଚାନ୍ଦପୁର ପୋଲିସ ପହଞ୍ଚି ଗାଡ଼ିକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରଛି।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0