spot_img

ସିବିଏସଇ ପରୀକ୍ଷା ନେଇ ଚିନ୍ତାରେ ଗଣଶିକ୍ଷା ବିଭାଗ

ଭୁବନେଶ୍ୱର: ସିବିଏସଇ ପରୀକ୍ଷା ନେଇ ତାରିଖ ଘୋଷଣା ପରେ ଚିନ୍ତାରେ ଅଛି ରାଜ୍ୟ ଗଣଶିକ୍ଷା ବିଭାଗ । ସ୍କୁଲ କେବେ ଖୋଲିବ ସେ ନେଇ ନିଷ୍ପତି ହୋଇପାରୁନି । ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ କହିଛନ୍ତି, ସିବିଏସଇ ପରୀକ୍ଷା ତାରିଖ ଘୋଷଣା ପରେ ଏହି ଆଧାରରେ ଆଦର୍ଶ ବିଦ୍ୟାଳୟ ସହ କେତେକ ଘରୋଇ ବିଦ୍ୟାଳୟର ଛାତ୍ରଛାତ୍ରୀ ପରୀକ୍ଷା ଦେବେ ।

ସେ ନେଇ କିପରି ବ୍ୟବସ୍ଥା କରାଯିବ ସେ ନେଇ ବିଚାର ବିମର୍ଷ ଚାଲିଛି । କରୋନାର ନୂଆ ଷ୍ଟ୍ରେନକୁ ନେଇ ଭୟ ରହିଛି । ସ୍କୁଲ ଖୋଲିବା ନେଇ ଖୁବ ଶୀଘ୍ର ନିଷ୍ପତି ନିଆଯିବ । ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ସମ୍ପଦ ଆଗ ବୋଲି କହିଛନ୍ତି ସମୀର ଦାଶ ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular